କରୋନା ପରିସ୍ଥିତି ମଧ୍ୟରେ ଅଲିମ୍ପିକ୍ସ ପାଇଁ ରେସଲର ସୁଶିଲ କୁମାର ପ୍ରସ୍ତୁତିରେ ବ୍ୟସ୍ତ

0 97

ନୂଆଦିଲ୍ଲୀ : ଦେଶରେ କରୋନା ଜନିତ ଭୟାବହ ପରିସ୍ଥିତି ସତ୍ତ୍ୱେ ଭାରତୀୟ ରେସଲର ସୁଶିଲ କୁମାର ଟୋକିଓ ଅଲମ୍ପିକ୍ସ ପାଇଁ ଜୋରଦାର ଉଦ୍ୟମ ଚଳାଇଛି । ସୋସିଆଲ ମିଡିଆ ଜରିଆରେ ସେ କହିଛନ୍ତି ଯେ, ଅଲିମ୍ପିକ୍ସ କାର୍ଯ୍ୟକ୍ରମ ସ୍ଥଗିତ ରହିଛି । କିନ୍ତୁ ବାତିଲ ହୋଇନାହିଁ । ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ । ସେଥିରେ ମୁଁ ଅଂଶଗ୍ରହଣ କରିବି, ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ ପାଇଁ ଯୋଗ୍ୟତା ହାସଲ କରିବା ନେଇ ମୁଁ ଦୃଢ ଆଶାବାଦୀ । ବର୍ତ୍ତମାନ କରୋନା ସଂକ୍ରମଣ ଯୋଗୁଁ ବିଭିନ୍ନ କ୍ରୀଡାର ପ୍ରଶିକ୍ଷଣ ଶିବିର ତଥା ଅଭ୍ୟାସ କାର୍ଯ୍ୟକ୍ରମ ବନ୍ଦ ରହିଛି । ତେବେ ମୁଁ ଘରେ ରହି ଅଭ୍ୟାସ କରିବି ବୋଲି ସେ କହିଛନ୍ତି । ଲୋକମାନେ ମୋ ସଂପର୍କରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ଚର୍ଚ୍ଚା ଚଳାଇଛନ୍ତି । ମୋର ସାମର୍ଥ୍ୟ ଏବଂ ଅବସର ବିଷୟକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ଏଭଳି ଚର୍ଚ୍ଚା ମୋ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ଏବଂ ମୁଁ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ ନିଶ୍ଚୟ ଯୋଗ ଦେବି । ଆସନ୍ତା ବର୍ଷ ଟୋକିଓରେ ଅଲିମ୍ପିକ୍ସ ନିଶ୍ଚିତ ଭାବରେ ଅନୁଷ୍ଠିତ ହେବ । ଯାହା ଫଳରେ ଜାପାନ ଆର୍ଥିକ କ୍ଷତିରୁ ବଞ୍ଚିଯିବ ବୋଲି ସେ କହିଥିଲେ ।

hiranchal ad1
Leave A Reply

Your email address will not be published.

3 × 5 =