ବର୍ତ୍ତମାନ ଲୋକଙ୍କ ଜୀବନ ରକ୍ଷା ସବୁଠୁ ବଡ କର୍ତ୍ତବ୍ୟ : ଅଞ୍ଜୁମ୍‌

0 84

ନୂଆଦିଲ୍ଲୀ : ଭାରତ ମହାବିପଦରେ ସମ୍ମୁଖୀନ ହୋଇଛି । ପ୍ରତିଦିନ ଲୋକେ କରୋନା ରୋଗରେ ପ୍ରାଣ ହରାଉଛନ୍ତି । ତେଣୁ ପରବର୍ତ୍ତୀ ପ୍ରତିଯୋଗିତା କାର୍ଯ୍ୟକ୍ରମ ଗୁଡିକ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ପ୍ରତ୍ୟେକ ଖେଳାଳି ଦେଶର ଲୋକମାନଙ୍କ ଜୀବନ ରକ୍ଷା ଉପରେ ଧ୍ୟାନ ଦେବା ଉଚିତ୍ । କାରଣ କରୋନାରୁ ଲୋକଙ୍କୁ ବଞ୍ଚାଇବା ଆମର ପ୍ରଧାନ କର୍ତ୍ତବ୍ୟ ବୋଲି ଭାରତୀୟ ମହିଳା ରାଇଫଲ ସୁଟର ଅଞ୍ଜୁମ୍ ମଦଗିଲ୍ କହିଛନ୍ତି । ସେ କହିଛନ୍ତି ଯେ, ସାରା ବିଶ୍ୱ ବର୍ତ୍ତମାନ କରୋନା ଭୟାବହତାରେ ଛାରଖାର ହେବାକୁ ବସିଲାଣି । ଏହାର କୌଣସି ଔଷଧ ନାହିଁ । କେବଳ ପ୍ରତିଷେଧକ ଏକମାତ୍ର ଔଷଧ । ତେଣୁ ଘରେ ରହିବା ଏବଂ ଅନ୍ୟମାନଙ୍କୁ ଘରେ ରହିବା ପାଇଁ ଉତ୍ସାହିତ କରିବା ବର୍ତ୍ତମାନ ସମୟର ସବୁଠୁ ବଡ କାର୍ଯ୍ୟ । ମୁଁ ନିଜେ ବର୍ତ୍ତମାନ ଖେଳ କଥା ଚିନ୍ତା କରୁନାହିଁ । ଘରେ ରହି ପରିବାର ଲୋକଙ୍କ ସହ ସମୟ ବିତାଉଛି । ଭାଇରସରୁ ରକ୍ଷା ପାଇବା ପାଇଁ ଯାହା ସବୁ କରିବା ଦରକାର ତାହା କରୁଛି । ବର୍ତ୍ତମାନ ଏକ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପରିସ୍ଥିତିର ମୁକାବିଲା ପାଇଁ ସକରାତ୍ମକ ମାନସିକତା ଧାରଣ କରିବା ଜରୁରୀ । ପରିସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ଘରେ ରହିବା ଏବଂ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ସେଭଳି କାର୍ଯ୍ୟ କରିବା ଲାଗି ଉତ୍ସାହିତ କରିବା ବୁଦ୍ଧିମାନର କାର୍ଯ୍ୟ ହେବ ବୋଲି ଅଞ୍ଜୁମ କହିଛନ୍ତି ।

hiranchal ad1
Leave A Reply

Your email address will not be published.

5 − five =