ଭଦ୍ରକରେ ଲକଡାଉନକୁ ମାନୁନାହାନ୍ତି ଲୋକେ ! ଏମିତି ରଖୁଛନ୍ତି ସାମାଜିକ ଦୂରତା

0 94

କୋଭିଡ -19 ର ମୁକାବିଲା ପାଇଁ ସରକାର ଭିନ୍ନ ଭିନ୍ନ ନିୟମ ପ୍ରଣୟନ କରିବା ସହ ପ୍ରତିଦିନ ସଚେତନତା କରାଯାଉଛି।ସଂକ୍ରମଣ ଉପରେ ରୋକ ଲଗେଇବାକୁ ସାମାଜିକ ଦୂରତ୍ବକୁ ପ୍ରଧାନ୍ୟ ଦେଇ ଲକଡାଉନ ପରେ ସଟଡାଉନ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ପାଇଁ କିଛି ସମୟ ମାର୍କେଟ ଖୋଲିବାର ଅନୁମତ୍ତି ମଧ ଦିଆଯାଇଥିଲେ ବି ଅନେକ ଗୁଡିଏ କଟକଣା କରାଯାଇଛି। ସହର ରେ ସଟଡାଉନ କଟକଣା ର ନିୟମ ଗତକାଲି ରାତି 8 ଟା ରେ ଉଠିଥିଲା । ପୂର୍ବ ପରି ସହରରେ ଲକ ଡାଉନ କଟକଣା ନିୟମ କୁ ସଖାଳ 6 ରୁ 10 ପର୍ଯ୍ୟନ୍ତ କୋହଳ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଥିଲା ।

hiring

କୋହଳ ସମୟ ରେ ମୁଖ୍ୟତଃ ଲୋକମାନେ ଓ ଦୋକାନୀ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ । ଯଦି ନିୟମ ଉଲଂଘନ କରନ୍ତି ତେବେ ସଂପୃକ୍ତ ଦୋକାନ ସିଲ କରିବା ସହ ଆଇନ ଅମାନ୍ୟକାରୀଙ୍କୁ ଗିରଫ କରାଯିବ ବୋଲି ଜିଲ୍ଲାପାଳ ଟୁଇଟର ଓ ସୋସିଆଲ ମିଡିଆ ମାଧ୍ୟମରେ ଭଦ୍ରକ ବାସୀଙ୍କୁ ଅବଗତ କରିଥିଲେ।କିନ୍ତୁ ଆଜି ଭଦ୍ରକ ସହର ମାର୍କେଟର ଚିତ୍ର ସଂପୂଣ୍ଣ ଓଲଟା।ଆମେ ମାନିବୁ ନାହିଁ ନୀତିରେ ମାର୍କେଟକୁ ଲୋକଙ୍କ ସୁଅ ଛୁଟିଥିଲା। ଲୋକମାନେ ସକାଳୁ ନିତ୍ୟ ସାମଗ୍ରୀ କିଣିବା ପାଇଁ ଅହେତୁକ ଭିଡ଼ ଜମାଇଥିଲେ । ଏପରିକି ଦୋକାନୀ କିମ୍ବା ଲୋକ କେହିବି ସାମାଜିକ ଦୂରତ୍ୱ କଟକଣା କୁ ମାନି ନଥିଲେ । ଫଳରେ ଏହି ନିୟମ କୁ ଉଲ୍ଲଙ୍ଘନ କରୁଥିବା ଦୋକାନ କୁ ସିଲ କରିଛି ପ୍ରଶାସନ ଓ ପୋଲିସ । ସାମାଜିକ ଦୂରତ୍ୱ ନିୟମ ଉଲଂଘନ କରି ଦୋକାନୀ ଓ ଅନ୍ୟ ଉଲଂଘନକାରୀ ମୋଟ ୨୯ଜଣଙ୍କୁ ପୋଲିସ ଗିରଫ କରିଛି । ତେଵେ ଅନେକ ଭିଡକୁ ନ ଯାଇ ଫେରିଯାଇଥିବା ଦେଖିବାକୁ ମିଳିଥିଲା। ଏଭଳି ଦୃଶ୍ୟକୁ ବୁଦ୍ଧିଜୀବି ମହଲରେ ନିନ୍ଦା କରାଯାଇଛି।

hiranchal ad1
Leave A Reply

Your email address will not be published.

2 × 2 =