୨୦ ନିୟୁତ ମାସ୍କ ବାଣ୍ଟିବ “ଆପଲ୍‌’

0 103

ନ୍ୟୁୟର୍କ: ସମଗ୍ର ବିଶ୍ୱରେ କରୋନା ରୋଗୀଙ୍କ ସଂଖ୍ୟା ଏବଂ ମୃତକଙ୍କ ସଂଖ୍ୟା ବଢୁଥିବାରୁ ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତା ରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ତେବେ ଚାହିଦା ଅନୁସାରେ ମାସ୍କ ଯୋଗାଇ ଦିଆଯିବା ସମ୍ଭବ ହେଉନାହିଁ । ଏଥିପାଇଁ ବିଭିନ୍ନ ଦେଶର ସରକାର ବଡବଡ କଂପନୀ ଉପରେ ନିର୍ଭର କରୁଛନ୍ତି । ଇତି ମଧ୍ୟରେ କେତେକ କଂପାନୀ ମାସ୍କ ଏବଂ ପୋଷାକ ଯୋଗାଇ ଦେଇଛନ୍ତି । ବର୍ତ୍ତମାନ ବିଶ୍ୱର ଅନ୍ୟତମ କଂପ୍ୟୁଟର ତଥା ସପ୍ଟୱାର କଂପାନୀ \”ଆପଲ୍‌\’ ମାସ୍କ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଛି । ଏହି କଂପାନୀ ୨୦ ନିୟୁତ ମାସ୍କ ଯୋଗାଇ ଦେବ । ଏହା ପରେ ସଂପୃକ୍ତ ଦେଶର ସରକାରମାନେ ଲୋକମାନଙ୍କୁ ତାହା ବାଣ୍ଟିବେ । ମାସ୍କ ସହିତ ଭାଇରସର ମୁକାବିଲା ପାଇଁ ଆବଶ୍ୟକ ହେଉଥିବା ଆଉ କେତେକ ସାମଗ୍ରୀ ଏହି କଂପାନୀ ଯୋଗାଇ ଦେବ । ଆମେରିକା, ସ୍ପେନ, ଫ୍ରାନ୍ସ, ବ୍ରିଟେନ ଭଳି ଦେଶଗୁଡିକୁ କଂପାନୀ ମାସ୍କ ଯୋଗାଇ ଦେବ । ଭାରତକୁ ମଧ୍ୟ ବହୁ ସଂଖ୍ୟାରେ ମାସ୍କ ମିଳିବ ବୋଲି ଜଣାପଡିଛି । ଏହା ସବୁଠୁ ଉଚ୍ଚମାନର ମାସ୍କ ବୋଲି କୁହାଯାଉଛି । ବିଶେଷକରି ଯେଉଁ ଦେଶଗୁଡିକରେ ଅଧିକ ସଂଖ୍ୟାରେ ଲୋକେ ସଂକ୍ରମିତ ହେଉଛନ୍ତି ସେହି ଦେଶଗୁଡିକୁ ଅଗ୍ରାଧିକାର ଭିତ୍ତିରେ ମାସ୍କ ଦିଆଯିବ ବୋଲି କଂପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

1 + 13 =