ଗୋଟିଏ ହସ୍ପିଟାଲରେ ୨୬ନର୍ସ ଓ ଏକାଧିକ ଡାକ୍ତର କରୋନା ଆକ୍ରାନ୍ତ

0 142

ମୁମ୍ବାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଡାକ୍ତରଖାନାଗୁଡିକରେ ମଧ୍ୟ ସ୍ୱାସ୍ଥ୍ୟ କର୍ମୀ ଓ କର୍ମଚାରୀମାନେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି । ଏହାର ଉଦାହରଣ ଗତ କିଛି ଦିନ ମଧ୍ୟରେ ଦେଖିବାକୁ ମିଳିଛି । ମୁମ୍ବାଇରେ ଥିବା କେବଳ ଗୋଟିଏ ହସ୍ପିଟାଲରେ ୨୬ଜଣ ନର୍ସ ଓ ଏକାଧିକ ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନେ ଗତ ଏକମାସ ଧରି କରୋନା ରୋଗୀମାନଙ୍କର ଚିକିତ୍ସା କରୁଥିଲେ । ସବୁ ପ୍ରକାର ସତର୍କତା ସତ୍ତ୍ୱେ ସେମାନେ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏହାପରେ ହସ୍ପିଟାଲ କର୍ତ୍ତୃପକ୍ଷ ଚିନ୍ତିତ ହୋଇପଡିଛନ୍ତି । ଗୋଟିଏ ଦିନରେ ଗୋଟିଏ ଡାକ୍ତରଖାନରେ ଏତେ ସଂଖ୍ୟାକ କରୋନା ରୋଗୀ ଚିହ୍ନଟ ହୋଇଥିବାରୁ ସଂପୃକ୍ତ ଅଂଚଳରୁ ସିଲ୍ କରାଯାଇଛି । ମୁମ୍ବାଇ ଛଡା ଦିଲ୍ଲୀରେ ମଧ୍ୟ ୧୦ରୁ ଅଧିକ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ସେହିପରି ମଧ୍ୟପ୍ରଦେଶ, ନଏଡା ଓ କର୍ଣ୍ଣାଟକ ଭଳି ରାଜ୍ୟରେ ମଧ୍ୟ ଡାକ୍ତରମାନେ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

11 − three =