୧୩.୨ ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦେଲେ ରାଜ୍ୟପାଳ

0 116

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ୍ ମହାମାରୀ କରୋନା ପୀଡ଼ିତଙ୍କ ସହାୟତା ପାଇଁ ତାଙ୍କ ଦରମାର ୩୦ ପ୍ରତିଶତ ଅର୍ଥାତ୍ ୧୩.୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଚଳିତ ମାର୍ଚ୍ଚ ୨୦୨୦ରୁ ଆସନ୍ତା ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ରାଜ୍ୟପାଳ ତାଙ୍କ ଦରମାରୁ ୩୦ ପ୍ରତିଶତ ଲେଖାଏଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଲାଲ୍ ସାଧାରଣ ଲୋକେ କୋଭିଡ୍‌-୧୯ର ଭୟାବହତାକୁ ଦେଖି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିବାକୁ ଆହ୍ୱାନ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

3 × 2 =