ରାଜ୍ୟରେ ତୃତୀୟ ୫୨୫ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ହେଲା କାର୍ଯ୍ୟକ୍ଷମ

0 637

ଭୁବନେଶ୍ୱର : ରାଜ୍ୟରେ ତୃତୀୟ ସରକାରୀ କୋଭିଡ୍‌-୧୯ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଛି । ୫୨୫ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ୨୫ଟି ଆଇସିୟୁ ରହିଛି । ଏମ୍‌ସିଏଲ୍ ସହାୟତାରେ ଏବଂ ସମ୍ ଦ୍ୱାରା ପରିଚାଳିତ ଏହି ହସ୍ପିଟାଲ ପାଇଁ ରାଜ୍ୟ ସରକାର ରାଜିନାମା ସ୍ୱାକ୍ଷର କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦିଆଯାଉଥିବା ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ହସ୍ପିଟାଲ କରୋନା ପୀଡ଼ିତଙ୍କ ଆରୋଗ୍ୟ କରିବାରେ ସକ୍ଷମ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ପିଟାଲର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଭିଡ଼ିଓ କନଫରେନ୍ସିଂରେ କଥା ହୋଇଥିଲେ । ଏହି ସ୍ୱତନ୍ତ୍ର ହସ୍ପିଟାଲ ପ୍ରତିଷ୍ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରହ୍ଲାଦ ଯୋଶୀ ସହଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

2 × 3 =