ସଚିନଙ୍କ ଶ୍ରେଷ୍ଠ ଆଇପିଏଲ ଏକାଦଶରେ ଶିଖର ଧାୱନ

0 75

ମୁମ୍ବାଇ : ଆଇପିଏଲ-୨୦୨୨ ଗତ ରବିବାର ଦିନ ଶେଷ ହୋଇଛି । ପ୍ରଥମ ଥର ଆଇପିଏଲରେ ଭାଗ ନେଇଥିବା ଗୁଜରାଟ ଟାଇଟନ୍ସ ଟ୍ରଫି ଜିତି ସମସ୍ତଙ୍କୁ ଚକିତ କରିଛି । ଦଳରେ ସେମିତି ଷ୍ଟାର ଖେଳାଳି ନଥିଲେ କିନ୍ତୁ ଅଲରାଉଣ୍ଡରଙ୍କ ବଳରେ ଦଳ ଟ୍ରଫି ହାତେଇବାରେ ସଫଳ ହୋଇଛି । ଆଇପିଏଲ ଶେଷ ହେବା ପରେ ସିଜିନର ଶ୍ରେଷ୍ଠ ଏକାଦଶ ଚୟନ କରିବାରେ ଲାଗିପଡିଛନ୍ତି ବହୁ ପୂର୍ବତନ କ୍ରିକେଟର ଓ କ୍ରିକେଟ ସମୀକ୍ଷକ । ଏହି କ୍ରମରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ପଛରେ ନାହାନ୍ତି । ସେ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି ଯେ, ଚଳିତ ସିଜିନର ତାଙ୍କର ଶ୍ରେଷ୍ଠ ଏକାଦଶରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସେ ନେତୃତ୍ୱ ଦାୟିତ୍ୱ ଦେଇଛନ୍ତି । କାରଣ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଦଳ ଗୁଜରାଟ ଟାଇଟନ୍ସକୁ ଟ୍ରଫି ଦେବାରେ ସଫଳ ହୋଇଛନ୍ତି । ସେହିପରି ଓପନର ଭାବରେ ସିଜନର ସର୍ବାଧିକ ରନ ସ୍କୋର ଜୋସ ବଟଲରଙ୍କୁ ଓପନର ଭାବେ ଚୟନ କରିଛନ୍ତି । ବଟଲର ଏହି ସିଜିନରେ ମୋଟ ୪ଟି ଶତକ ସହ ୮୬୩ ରନ କରିଛନ୍ତି । ସେହିପରି ଅନ୍ୟତମ ଓପନର ଭାବେ ଶିଖର ଧାୱନଙ୍କୁ ସଚିନ ତାଙ୍କ ଦଳରେ ରଖିଛନ୍ତି । ଶିଖର ମୋଟ ୧୪ଟି ମ୍ୟାଚରୁ ୪୬୦ ରନ କରିଛନ୍ତି । ତିନି ନମ୍ବରରେ ସଚିନ କେ.ଏଲ୍‌ ରାହୁଲଙ୍କୁ ରଖିଛନ୍ତି । ସେ ସିଜିନରେ ଦୁଇଟି ଶତକ ସହ ୧୫ ଇନିଂସରେ ୬୧୬ ରନ୍‌ ସ୍କୋର କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ତେନ୍ଦୁଲକର ଚାରି ନମ୍ବରରେ ରଖିଛନ୍ତି । ଏକ ଶକ୍ତିଶାଳୀ ମ୍ୟାଚ୍‌ ଫାଇନିସର୍‌ ଭାବେ ଉଭା ହୋଇଥିବା ଡେଭିଡ୍‌ ମିଲର୍‌ଙ୍କୁ ୫ମ ନମ୍ବରରେ ମନୋନୀତ କରିଛନ୍ତି ।
ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌ ଏବଂ ଦୀନେଶ କାର୍ତ୍ତିକଙ୍କୁ ବଡ ହିଟର୍‌ ଯୋଡି ଭାବେ ତେନ୍ଦୁଲକରଙ୍କୁ ତାଙ୍କ ଦଳରେ ରଖିଛନ୍ତି । କାର୍ତ୍ତିକ ମଧ୍ୟ ୱିକେଟ୍‌ କିପର ହେବେ । ସଚିନ୍‌ ତିଛନ୍ତି, “ଲିଭିଙ୍ଗଷ୍ଟନ୍‌)ଛକା ମାରିବାର କ୍ଷମତା ରଖିଛନ୍ତି । ସେ ଜଣେ ବିପଜ୍ଜନକ ଖେଳାଳି । ସେ ତାଙ୍କ ମନରେ ବହୁତ ସ୍ପଷ୍ଟ ଏବଂ ନିଜକୁ ସମର୍ଥନ କରନ୍ତି । ତାଙ୍କୁ ୬ନମ୍ବରରେ ମୁଁ ଖେଳାଇବାକୁ ଚାହିଁବି । ସେହିପରି ତାଙ୍କ ବୋଲିଂ ମଧ୍ୟ ବିବିଧତା ଅଛି । ମୁଁ ତାଙ୍କୁ ଅଧିକ ଅଫ୍‌ ସ୍ପିନ୍‌ ବୋଲିଂ କରିବାକୁ କହିବି ବୋଲି ସେ କହିଛନ୍ତି ।
ଏହା ପରେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର ରସିଦ ଖାନ, ମହମ୍ମଦ ଶାମି, ଜସପ୍ରୀତ ବୁମ୍ରା ଏବଂ ୟୁଜଭେନ୍ଦ୍ର ଚହଲଙ୍କୁ ତାଙ୍କ ମୁଖ୍ୟ ବୋଲର ଭାବରେ ବାଛିଥିଲେ । ରସିଦଙ୍କ ବିଷୟରେ ସଚିନ କହିଛନ୍ତି ଯେ ସେ ଜଣେ ବିପଜ୍ଜନକ ବ୍ୟାଟ୍ସମ୍ୟାନ୍‌ ଏବଂ ବୋଲର ଆଶ୍ଚର୍ଯ୍ୟଜନକ । ଏଥି ସହ ସଚିନ ବୁମରାଙ୍କ ଡେଥ୍‌ ବୋଲିଂକୁ ପ୍ରଶଂସା କରିଥିବାବେଳେ ଚହଲଙ୍କ ବିଷୟରେ ସେ କହିଛନ୍ତି ଯେ ସେ ସର୍ବାଧିକ ୱିକେଟ୍‌ ନେଇଛନ୍ତି । ସେ ସର୍ବଦା ବ୍ୟାଟ୍ସମ୍ୟାନ୍‌ଙ୍କୁ ଅଡୁଆରେ ପକାଇବାରେ ସକ୍ଷମ ।
ସଚିନ୍‌ ତେନ୍ଦୁଲକରଙ୍କ ସର୍ବୋତ୍ତମ ଆଇପିଏଲ ୨୦୨୨ ଦଳ
ଜୋସ୍‌ ବଟଲର, ଶିଖର ଧାୱନ, କେ.ଏଲ୍‌ ରାହୁଲ, ହାର୍ଦ୍ଦିିକ ପାଣ୍ଡ୍ୟା (ଅଧିନାୟ), ଡେଭିଡ ମିଲର, ଲିଆମ ଲିଭିଙ୍ଗଷ୍ଟୋନ୍‌, ଦୀନେଶ କାର୍ତ୍ତିକ (ଉଇକେଟ କିପର), ରସିଦ ଖାନ, ମହମ୍ମଦ ଶାମି, ଜସପ୍ରୀତ ବୁମ୍ରା ଏବଂ ୟୁଜଭେନ୍ଦ୍ର ଚହଲ ।

hiranchal ad1
Leave A Reply

Your email address will not be published.

twenty + 18 =