ଗଡ଼ିଶିଲା ଘାଟିରେ ସିମେଣ୍ଟ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ, ଡ୍ରାଇଭର ଆହତ

0 100

ଘୁ ଉଦୟଗିରି:ଘୁ ଉଦୟଗିରି ବ୍ଲକ କତୀଙ୍ଗିଆ ପଞ୍ଚାୟତ ଅଧିନରେ ଥିବା ଗଡିସିଲା ଘାଟିରେ ଆଜି ସକାଳେ ଓଡ଼ି ୧୫ ଯେ ୬୫୫୭ ନମ୍ୱର୍‌ ବିଶିଷ୍ଟ ସିମେଣ୍ଟ ବୋଝେଇ ଟ୍ରକ କୌଣସି କାରଣରୁ ଦୁର୍ଘଟଣା ହୋଇଥିବା ଦେଖିବାକୁ ମିଳିଛି ।ଉକ୍ତ ନମ୍ୱର୍‌ ବିଶିଷ୍ଟ ଟ୍ରକ ସମ୍ବଲପୁର ସୁରେଶ କୁମାର୍‌ ସାହୁଙ୍କର ବୋଲି ଜଣାପଡିଛି । ରାଇକିଆକୁ ସିମେଣ୍ଟ ନେଇକି ଯାଉଥିବା ବେଳେ ଗଡ଼ିସିଲା ଘାଟିର ଶେଷ ଭାଗରେ କୌଣସି କାରଣରୁ ଦୁର୍ଘଟଣା ହୋଇ ରାସ୍ତାରେ ହିଁ ଓଲଟି ଘଷି ହୋଇଯିବା ଫଳରେ ସିମେଣ୍ଟ ବସ୍ତା ଗୁଡ଼ିକ ଛିନ୍ନ ଭିନ୍ନ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଦୁର୍ଘଟଣା ପରେ ଲୋକମାନଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ଟ୍ରକ ଡ୍ରାଇଭର ଓ ହେଲପରଙ୍କୁ ଘୁ ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଣାଯାଇଥିଲା ଓ ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଡ୍ରାଇଭର ଓ ହେଲପର ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ସେମାନେ ଘଟଣା ସ୍ଥଳକୁ ଯାଇଥିବା ସୂଚନା ରହିଛି ।

hiranchal ad1
Leave A Reply

Your email address will not be published.

fourteen − 5 =