୭ପୁଲିସ କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

0 129

ସମ୍ବଲପୁର : ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ ନିଜ କାର୍ଯ୍ୟକାଳ ସମାପ୍ତି ପରେ ୭ ଜଣ ପୁଲିସ କର୍ମଚାରୀ ଙ୍କୁ ସସମ୍ମାନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ପୁଲିସ ସୂତ୍ରରୁ ଏବିଷୟରେ ମିଳିଥିବା ସୂଚନା ଅନୁସାରେ ଜିଲ୍ଲା ପୁଲିସ ଅଧିକ୍ଷକ ବାଟୁଲା ଗଙ୍ଗାଧର ସେମାନଙ୍କୁ ସେବା ନିବୃତ୍ତି ପ୍ରମାଣ ପତ୍ର ଦେବା ସହିତ ସେମାନଙ୍କ ସୁସ୍ଥ, ଶାନ୍ତି ଓ ନିରାମୟ ଜୀବନ କାମନା କରି ବିଦା କରିଛନ୍ତି । ସେ କହିଛନ୍ତି ଯେ ତାଙ୍କର ପୁଲିସ ବିଭାଗରେ ଚାକିରି ପରେ ସୁଦ୍ଧା ସେମାନେ ପୁଲିସ ପରିବାର ସହିତ ରହିଛନ୍ତି ଓ ଆବଶ୍ୟକତା ଅନୁସାରେ ବିଭାଗ ସେମାନଙ୍କ ସହିତ ଛିଡ଼ା ରହିବ । କାର୍ଯ୍ୟକାଳ ସମାପ୍ତି ପରେ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ପାଇଥିବା ପୁଲିସ କର୍ମଚାରୀମାନେ ହେଲେ ନିରୀକ୍ଷକ (ସଶସ୍ତ୍ର) ଧନେଶ୍ୱର ନାୟକ, ଉପନିରୀକ୍ଷକ ମଧୁସୂଦନ ବେହେରା, ସହକାରୀ ଉପନିରୀକ୍ଷକ ସୁରେନ୍ଦ୍ର ନାୟକ, ହାବିଲଦାର ଦେବବ୍ରତ ପଣ୍ଡା, ହାବିଲଦାର କୁମୁଦବନ୍ଧୁ ପ୍ରଧାନ, ସିପାହୀ ସୁଶୀଲ ନାଥ ଓ ସିପାହୀ ବିରଞ୍ଚି ନାରାୟଣ ସେଠ ।

hiranchal ad1
Leave A Reply

Your email address will not be published.

one × 1 =