ବେଆଇନ ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ: ଜଣେ ମୃତ

0 49

ସମ୍ବଲପୁର:ସ୍ଥାନୀୟ କାଏସିର ରୋଡ଼ ସ୍ଥିତ ଏକ ବେଆଇନ ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ ଯୋଗୁଁ ଜଣକର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ଆଜି ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ଏହି ଦୁର୍ଘଟଣା ଘଟିଛି ଓ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅଗ୍ନିଶମ ବିଭାଗ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କିଛି ଦିନ ଆଗରୁ “ମାଁ ଦୂର୍ଗା ଗୋ ଗ୍ୟାସ’ ନାମକ ଏହି ଅନୁଷ୍ଠାନ ଏଠାରେ ଗ୍ୟାସ ଗୋଦାମ କରିଛି, ଅଥଚ ପ୍ରଶାସନ ପାଖରେ ଏବିଷୟରେ କୌଣସି ସୂଚନା ନାହିଁ ଅର୍ଥାତ ଏଠାରେ ସବୁ କିଛି ପ୍ରଶାସନର ଅଜାଣତରେ ଚାଲୁଥିଲା । ଆଜି ଦୁର୍ଘଟଣା ସମୟରେ ସେଠାରେ ଜଣେ ବ୍ୟକ୍ତି ଶୋଇଥିଲା ଓ ତାହାର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିଙ୍କୁ ରାଜା ରଣବିଡା ରୂପେ ଚିହ୍ନଟ କରାଯାଇଛି ଓ ସେ ନିକଟସ୍ଥ ଖଣ୍ଡୁଆଲ ଗାଁ’ର ନିବାସୀ ବୋଲି ଜଣାପଡିଛି । ଘଟଣାସ୍ଥଳରୁ ୩୨ଟି ଗ୍ୟାସ ସିଲିଣ୍ଡର ଉଦ୍ଧାର କରାଯାଇଛି ଓ ସେଗୁଡିକ ସେଠାକୁ କେଉଁଠାରୁ ଆସିଥିଲା ଓ ଆଜି ସକାଳୁ ଉକ୍ତ ଗୋଦାମରେ କିପରି ନିଆଁ ଲାଗିଲା, ସେ ବିଷୟରେ ଉଭୟ ଅଗ୍ନିଶମ ଓ ପୁଲିସ ବିଭାଗ ତଦନ୍ତ ଚଳାଇଛନ୍ତି ।

hiranchal ad1
Leave A Reply

Your email address will not be published.

four × five =