ଚେନ୍ନାଇକୁ ୭ ଓ୍ଵିକେଟ୍‌ରେ ପରାସ୍ତ କଲା ଗୁଜରାଟ

0 50

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୨ର ୬୨ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସକୁ ଗୁଜରାଟ ଟାଇଟନ୍ସ ୭ ଓ୍ଵିକେଟ୍‌ରେ ପରାସ୍ତ କରିଛି। ୧୩୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଗୁଜରାଟ ୧୯.୧ ଓଭରରେ ୩ଟିଓ୍ଵିକେଟ୍‌ ହରାଇ ୧୩୭ ରନ୍‌ କରିଛି।ଗୁଜରାଟ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲା। ପ୍ରଥମ ଓ୍ଵିକେଟ୍‌ ପାଇଁ ୫୯ ରନ୍‌ କରିଥିଲା। ଶୁଭମାନ୍‌ ଗିଲ୍‌ ୧୭ଟି ବଲ୍‌ରେ ୧୮ ରନ୍‌ କରି ଚେନ୍ନାଇର ପ୍ରଥମ ଶକାର ହୋଇଥିଲେ। ମ୍ୟାଥ୍ୟୁ ଓ୍ଵାଡେ୍‌ ୧୫ଟି ବଲ୍‌ ଖେଳି ୨ଟି ଚୌକା ଓ ୩ଟି ଛକା ବଳରେ ୨୦ ରନ୍‌ କରିଥିଲେ। ପ୍ରାରମ୍ଭିକ ବ୍ୟାଟର ଋଦ୍ଧିମାନ ସାହା ଦଳ ପାଇଁ ସର୍ବାଧିକ ୬୭ ରନ୍‌ କରିଥିଲେ। ସେ ଅପରାଜିତ ରହି ୫୭ଟି ବଲ୍‌ ଖେଳି ୮ଚୌକା ଓ ଗୋଟିଏ ଛକା ମାରିଥିଲେ।ସ୍ଥାନୀୟ ଓ୍ଵାଙ୍ଖଡେ ଷ୍ଟାଡିୟମ୍‌ରେ ରବିବାର ଜାରି ରହିଥିବା ମ୍ୟାଚ୍‌ରେ ଚେନ୍ନାଇ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୧୩୩ ରନ୍‌ କରିଥିଲା।

hiranchal ad1
Leave A Reply

Your email address will not be published.

1 × one =