ବିବାହ ଭୋଜି ଖାଇ ୧୫ରୁ ଉର୍ଦ୍ଧ୍ୱ ଲୋକ ଅସୁସ୍ଥ

0 134

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ଼ ଗ୍ରାମ ପଞ୍ଚାୟତ ବୁଡ଼ାକଦେଲ ଗ୍ରାମ ବାସୀ ବିବାହ ଭୋଜି ଖାଇ ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ଭୋଜି ଖାଇବାପରେ ପେଟ ଯନ୍ତ୍ରଣା ଅନୁଭବ କରି ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡ଼ିଛି କ୍ଷ ପ୍ରାୟ ୧୫ରୁ ଉର୍ଦ୍ଧ୍ୱ ପୁରୁଷ ମହିଳା ଓ ଶିଶୁ ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ତୁମୁଡ଼ିବନ୍ଧ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସା ଜାରି ରଖାଯାଇଛି । ଏହି ୧୫ଜଣଙ୍କ ମଧ୍ୟରେ କିଛି ବ୍ୟକ୍ତି ଝିରିପାଣି ପଞ୍ଚାୟତ ଉଲୁବା ଗ୍ରାମର ଓ ଲଙ୍କାଗଡ଼ ଗ୍ରାମର ହୋଇଥିବା ବେଳେ ଅନ୍ୟମାନେ ବୁଡ଼ାକଦେଲ ଗ୍ରାମର ଲୋକ ହୋଇଥିବା ଜଣାପଡ଼ିଛି । ଅସୁସ୍ଥ ଲୋକ ମାନଙ୍କୁ ତୁମୁଡ଼ିବନ୍ଧ ବିଜୁ ଜନତାଦଳ ନେତା ଓ କର୍ମୀ ପହଁଞ୍ଚି ସ୍ଥାନୀୟ ତୁମୁଡ଼ିବନ୍ଧ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରାଇଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଡ଼ଃ ଅଭିଷେକ ନାୟକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ତୁମୁଡ଼ିବନ୍ଧ ବ୍ଲକ ଜିଲ୍ଲା ପରିଷଦ ସଦସ୍ୟ ନବୀନ ପାତ୍ର, ପୂର୍ବତନ ବିଧାୟକ ରାଜୀବ ପାତ୍ର, ତୁମୁଡ଼ିବନ୍ଧ ପଞ୍ଚାୟତ ବିଜେଡ଼ି ସଭାପତି ଜିଶାୟ ମଣ୍ଡଳ । ବର୍ତ୍ତମାନ ସମସ୍ତ ଲୋକଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ଦେଇଛନ୍ତି ତୁମୁଡ଼ିବନ୍ଧ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡ଼ଃ ଅଭିଷେକ ନାୟକ ।

hiranchal ad1
Leave A Reply

Your email address will not be published.

1 + sixteen =