୫ ଡକାୟତକୁ କାବୁକଲା ଟିକାବାଲି ପୋଲିସ

0 339

ବାଲିଗୁଡ଼ା: ମୋବାଇଲ ଧରେଇଦେଲା ଡକାୟତଙ୍କୁ । ଏହାସହିତ ଚୋରି ସୁନା ଗହଣା ସହିତ ଗୋଟିଏ ମୋବାଇଲକୁ ଜବତ କରିଛି ଟିକାବାଲି ପୋଲିସ । ଗିରଫ ଡକାୟତ ହେଲେ ବ୍ରାହ୍ମଣୀଗାଁର ଉଦ୍ଧବ ମଲ୍ଲିକ, ଆଦମ ମାଝୀ, ରହିମ ମାଝୀ, ଦାରିଙ୍ଗିବାଡିର କୃପାକର ମୁଖୀ ଓ ଟିକାବାଲି କଇଁଝରର ସଞ୍ଜୟ କୁମାର ମଳିକ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ କଇଁଝର ଗ୍ରାମର ପ୍ରଶାନ୍ତ ପାତ୍ର ଘରୁ ଗତ ଏପ୍ରିଲ ୨୩ ତାରିଖରେ ମଧ୍ୟ ରାତ୍ରିରେ ୭ ରୁ ଉଦ୍ଧ୍ୱର୍ ଡକାୟତ ପଶି ଖେଳନା ବନ୍ଧୁକ ଦେଖାଇ ଓ ମାଡ ମାରି ବହୁ ସୁନା ଗହଣା , ମୋବାଇଲ, ଟାବଲେଟ ଲୁଟି ନେଇଥିଲେ । ଏନେଇ ଏପ୍ରିଲ ୨୪ ତାରିଖରେ ଥାନାରେ ଏତଲା ହେବାପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ମୋବାଇଲ ଟ୍ରାକିଂ କରି ଡକାୟତଙ୍କ ପିଛା କରିବା ଆରମ୍ଭ କରିଥିଲା ପୋଲିସ । ଜଣଜଣ କରି ପୋଲିସ ୫ ଜଣଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପାଖରୁ ୨୦ ଗ୍ରାମ ସୁନା ଗହଣା, ଗୋଟିଏ ମୋବାଇଲ ଫୋନ୍‌, ଦୁଇଟି ବାଇକ ଜବତ କରାଯାଇଛି ବୋଲି କହିଛନ୍ତି ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ । ଥାନା କେସ ନମ୍ବର ୨୬/୨୨ ରେ ମାମଲା ରୁଜୁ ହୋଇଛି ।

hiranchal ad1
Leave A Reply

Your email address will not be published.

1 × 3 =