ଭୂସ୍ଖଳନରେ ୩ ଜଣଙ୍କ ମୃତ୍ୟୁ

0 58

ଗୌହାଟି: ଆସାମରେ ଆଜି ଭୂସ୍ଖଳନରେ ତିନି ଜଣଙ୍କର ମୃତ୍ୟୁ ଘଟିଛି । ଆସାମର ଦିମା ହସାଓ ଜିଲ୍ଲାରେ ଏହି ଭୂସ୍ଖଳନ ହୋଇଛି । ଶନିବାର ବିଳମ୍ବିତ ରାତିରେ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ୱାରା ଜାରି କରାଯାଇଥିବା ବୁଲେଟିନ୍‌ ଅନୁଯାୟୀ, ଦିମା ହସାଓର ହାଫଲଙ୍ଗ ଅଞ୍ଚଳରେ ଜଣେ ମହିଳାଙ୍କ ସମେତ ତିନିଜଣ ଲୋକ ପ୍ରାଣ ହରାଇଛନ୍ତି । ଲଗାଣ ବର୍ଷା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ରେଳପଥ ଏବଂ ସଡ଼କପଥ ସଂଯୋଗ ବିଚ୍ଛିନ୍ନ ହୋଇଛି । ଏହା ସହ ଅନେକ ସ୍ଥାନରେ ବନ୍ୟା ନେଇ ସତର୍କ ସୂଚନା ଜାରି କରାଯାଇଛି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କହିଛି ଯେ ନୂତନ କୁଞ୍ଜଙ୍ଗ, ଫିଆଙ୍ଗପୁଇ, ମେଲହୋଇ, ନାମଜୁରଙ୍ଗ, ଦକ୍ଷିଣ ବାଗେତାର, ମହାଦେବ ଟିଲା, କାଲିବାଡୀ, ଉତ୍ତର ବାଗେତାର, ସିୟୋନ ଏବଂ ଲୋଦି ପଙ୍ଗମାଲ ଗ୍ରାମରେ ଭୂସ୍ଖଳନ ଘଟିଛି । ଏଠାରେ ପ୍ରାୟ ୮୦ ଟି ଘର ଭୂସ୍ଖଳନ ପାଇଁ ପ୍ରଭାବିତ ହୋଇଛି । ଭୂସ୍ଖଳନ ହେତୁ ଜଟିଙ୍ଗା-ହରଙ୍ଗାଜାଓ ଏବଂ ମାହୁର-ଫାଇଡିଙ୍ଗରେ ରେଳପଥ ନଷ୍ଟ ହୋଇଛି । ଆସାମର ପାଞ୍ଚଟି ଜିଲ୍ଲାରେ ବନ୍ୟା ଯୋଗୁଁ ପ୍ରାୟ ୨୫,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି କଛାର ଅଞ୍ଚଳ, ଯେଉଁଠି ୨୧,୦୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏହା ପରେ କାର୍ବି ଅଙ୍ଗଗ୍ଲୋଙ୍ଗ ପଶ୍ଚିମରେ ପାଖାପାଖି ୨,୦୦୦ ଲୋକ ପ୍ରଭାବିତ ହୋଇଥିବା ବେଳେ ଧମାଜୀରେ ୬୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

fifteen − 11 =