ମୋତେ ହତ୍ୟା କରିବାକୁ ଷଡଯନ୍ତ୍ର ଚାଲିିଛି: ଇମ୍ରାନ

0 33

ଇସଲାମାବାଦ,୧୫/୫ : ମୋତେ ହତ୍ୟା କରିବାକୁ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ଚାଲିଛି । ଏହା କେବେଠୁ ଆରମ୍ଭ ହେଲାଣି । । ଦେଶ ଭିତରେ ଓ ବାହାରେ ଏହା ଚାଲିଛି ଏବଂ ମୁଁ ସେହି ଷଡ଼ଯନ୍ତ୍ରକାରୀଙ୍କୁ ଜାଣିଛି ବୋଲି କହିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ଶନିବାର ପାକିସ୍ତାନରେ ଏକ ସାଧାରଣ ସଭାରେ ଯୋଗ ଦେବା ଅବସରରେ ଏ କଥା କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ସେ କହିଛନ୍ତି, ମୋତେ ହତ୍ୟା କରିବାକୁ ଚାଲିଥିବା ଷଡଯନ୍ତ୍ର ବିଷୟରେ ମୁଁ ଅବଗତ ଅଛି । ମୁଁ ଜାଣିଛି କେଉଁମାନେ ଏହି ଷଡଯନ୍ତ୍ର କରୁଛନ୍ତି । ମୁଁ ଏକ ଭିଡିଓ ରେକର୍ଡ କରିଛି । ଏଥିରେ ମୁଁ ସେହି ସମସ୍ତ ଷଡଯନ୍ତ୍ରକାରୀଙ୍କ ନାଁ କହିଛି । ଯଦି ମୋତେ ହତ୍ୟା କରାଯାଏ, ତା’ହେଲେ ଉକ୍ତ ଭିଡିଓକୁ ସାର୍ବଜନୀନ କରି ଦିଆଯିବ । ଗତ ମାସରେ କ୍ଷମତାଚ୍ୟୁତ ହେବା ପୂର୍ବରୁ ମଧ୍ୟ ଇମ୍ରାନ ଖାନ୍‌ କହିଥିଲେ ଯେ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ଗତ ମାସରେ ଅନାସ୍ଥା ପ୍ରସ୍ତାବ ଦ୍ୱାରା ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବିଦା କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

4 + 18 =