ସୂର୍ଯ୍ୟକୁମାରଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ନେଲା ମୁମ୍ବାଇ ଇଣ୍ଡିଆନ୍ସ

0 79

ମୁମ୍ବାଇ: ଆହତ କାରଣରୁ ମୁମ୍ବାଇ ଇଣ୍ଡିଆନ୍ସର ଅନ୍ୟତମ ଅଗ୍ରଣୀ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ଆଇପିଏଲ୍‌ରୁ ବାଦ ପଡିଛନ୍ତି । ଏଭଳି ପରିସ୍ଥିତିରେ ମୁମ୍ବାଇ ଇଣ୍ଡିଆନ୍ସ ସୂର୍ଯ୍ୟକୁମାରଙ୍କ ବଦଳରେ ଜଣେ ନୂତନ ଖେଳାଳିଙ୍କୁ ନିଜ ଟିମରେ ସାମିଲ କରିଛି । ଏହି ଖେଳାଳିଙ୍କ ନାମ ହେଉଛି ଆକାଶ ମାଧୱାଲ । ୩୦ଟି ଘରୋଇ ମ୍ୟାଚ୍‌ ଖେଳିଥିବା ଆକାଶ ମାଧୱାଲ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେବେ । ତେବେ ଆଇପିଏଲ୍‌ ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସର କେବଳ ଦୁଇଟି ମ୍ୟାଚ୍‌ ବାକି ଥିବାବେଳେ ଆକାଶ ମାଧୱାଲ ସୂର୍ଯ୍ୟକୁମାର ଯାଦବଙ୍କ ପରି ବ୍ୟାଟ୍ସମ୍ୟାନ୍‌ ନୁହଁନ୍ତି । ସେ ଜଣେ ବୋଲର ହୋଇଥିବାବେଳେ ୨୦୨୨ ସିଜିନରେ ଦଳରେ ଯୋଗଦେବାକୁ ସ୍ୱାକ୍ଷର କରିଛନ୍ତି । ଆକାଶ ମାଧୱାଲ ଜଣେ ଡାହାଣହାତୀ ଦ୍ରୁତ ବୋଲର ହୋଇଥିବାବେଳେ ୨୦୧୯ରେ ଘରୋଇ ଡେବ୍ୟୁ କରିବା ପରଠାରୁ ଉତ୍ତରାଖଣ୍ଡର କ୍ରିକେଟ୍‌ ଆସୋସିଏସନରୁ ଖେଳୁଛନ୍ତି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଦଳକୁ ଆଉ ଦୁଇଟି ମ୍ୟାଚ୍‌ ଖେଳିବାକୁ ପଡିବ, କିନ୍ତୁ ଦଳ ବହୁ ପୂର୍ବରୁ ଆଇପିଏଲ୍‌ ୨୦୨୨ ପ୍ଲେ ଅଫ୍‌ ଦ ଦୌଡ଼ରୁ ବାଦ ପଡିଥିଲା । ପାଞ୍ଚ ଥର ଆଇପିଏଲ୍‌ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସିଜନରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୨ଟି ମ୍ୟାଚରେ ନଅ ମ୍ୟାଚ୍‌ ହାରିଛି ।

hiranchal ad1
Leave A Reply

Your email address will not be published.

16 + five =