ମହିଳା ଟି-ଟ୍ୱେଣ୍ଟି ଚ୍ୟାଲେଞ୍ଜ କପ : ଓଡିଶାରୁ ସ୍ଥାନ ପାଇଲେ ପ୍ରିୟଙ୍କା ଓ ସୁଜାତା

0 42

ପୁଣେ: ମହିଳା ଟି-୨୦ ଚ୍ୟାଲେଞ୍ଜ କ୍ରିକେଟ ବା ମହିଳା ଆଇପିଏଲ ପାଇଁ ଆଜି ଦଳ ଘୋଷଣା ହୋଇଛି । ଘୋଷିତ ଦଳରେ ଓଡ଼ିଶାରୁ ଦୁଇ ଜଣ ସ୍ଥାନ ପାଇଛନ୍ତି । ସେମାନେ ହେଲେ ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ ସୁଜାତା ମଲ୍ଲିକ । ଆସନ୍ତା ୨୩ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ପୂର୍ବବର୍ଷ ଗୁଡିକ ଭଳି ଏଥିର ମଧ୍ୟ ୩ଟି ଦଳ ମହିଳା ଟି-୨୦ ଚ୍ୟାଲେଞ୍ଜରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏହି ୩ ଦଳ ପାଇଁ ଆଜି ବିସିସିଆଇ ଖେଳାଳିମାନଙ୍କ ନାଁ ଘୋଷଣା କରିଛନ୍ତି । ଏହି ଖେଳାଳିଙ୍କ ମଧ୍ୟରେ ଓଡିଶାର ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ ସୁଜତା ମଲ୍ଲିକ ରହିଛନ୍ତି । ଉଭୟ ସ୍ମୃତି ମନ୍ଧାନାଙ୍କ ଟ୍ରେଲବ୍ଲେଜର୍ସ ଦଳରେ ରହିଛନ୍ତି । ୨୦୨୦ ମହିଳା ଟି-୨୦ ଚ୍ୟାଲେଞ୍ଜରେ ଟ୍ରେଲବ୍ଲଜର୍ସ ହିଁ ଚାମ୍ପିୟନ ହୋଇଥିଲା । କରୋନା ପାଇଁ ୨୦୨୧ରେ ଏହି ଟୁର୍ଣ୍ଣାମେଣ୍ଟ ଖେଳା ଯାଇନଥିଲା । କିନ୍ତୁ ଚଳିତ ବର୍ଷ ମେ’ ୨୩ରୁ ୨୮ ଯାଏ ପୁଣେର ଏମସିଏ ଷ୍ଟାଡିୟମରେ ମହିଳା ଟି-୨୦ ଚ୍ୟାଲେଞ୍ଜ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ଟ୍ରେଲବ୍ଲେଜର୍ସ ବ୍ୟତୀତ ସୁପରନୋଭାସ ଓ ଭେଲୋସିଟି ଦଳ ମଧ୍ୟ ଭାଗ ନେବେ । ସୁପରନୋଭାସର ଅଧିନାୟକ ଭାବେ ହରମନପ୍ରୀତ କୌର ନିଯୁକ୍ତ ହୋଇଥିବା ବେଳେ ଭେଲୋସିଟିର କମାଣ ସମ୍ଭାଳିବେ ଅଲରାଉଣ୍ଡର ଦୀପ୍ତି ଶର୍ମା । ଭାରତୀୟ ଖେଳାଳିଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆର ୧୨ ଜଣ ଖେଳାଳି ମଧ୍ୟ ମହିଳା ଟି-୨୦ ଚ୍ୟାଲେଞ୍ଜ ଖେଳିବେ । ସର୍ବ ଭାରତୀୟ ମହିଳା ଚୟନ କମିଟି ପ୍ରତିଟି ଦଳରେ ୧୬ ଜଣ ଖେଳାଳିଙ୍କୁ ସ୍ଥାନ ଦେଇଛି । ମେ’ ୨୩ର ଉଦଘାଟନୀ ମ୍ୟାଚ୍‌ରେ ଟ୍ରେଲବ୍ଲେଜର୍ସ ଓ ସୁପରନୋଭାସ ମୁହାଁମୁହିଁ ହେବେ । ୨୪ ତାରିଖରେ ସୁପରନୋଭାସ ପ୍ରତିପକ୍ଷ ଭେଲୋସିଟି ସହ ମ୍ୟାଚ୍‌ ଖେଳିବ । ୨୬ ତାରିଖରେ ଭେଲୋସିଟି ସ୍ମୃତି ମନ୍ଧାନାଙ୍କ ଟ୍ରେଲବ୍ଲେଜର୍ସକୁ ଭେଟିବ । ଶେଷରେ ମେ’ ୨୮ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ ।

hiranchal ad1
Leave A Reply

Your email address will not be published.

twenty − thirteen =