ଦୋକନରେ ଅଗ୍ନିକାଣ୍ଡ, ବୃଦ୍ଧ ମୃତ

0 52

ହରଭଙ୍ଗା : ହରଭଙ୍ଗା ପଞ୍ଚାୟତ ପୁରୁଣା ଅଫିସ ନିକଟରେ ଏକ ଅସହାୟ ବୃଦ୍ଧ ଶଙ୍କର ମହାକୁଡ଼ (୭୫) ଆଜକୁ ୨୦ ବର୍ଷ ଧରି ପଂଚାୟତ ନିକଟରେ କାଠ କେବିନ ପକାଇ ଏକ ଛୋଟ ଦୋକାନ କରି ଚଲୁଥିଲା । ଗତକାଲି ବିଳମ୍ବିତ ରାତିରେ ଦୋକାନ ଭିତରେ ଲଣ୍ଠନ ଜଳାଇ ଦୋକାନ ଭିତରେ ଶଙ୍କର ମହାକୁଡ଼ ଶୋଇଥିଲା । ହଠାତ ଝଡ଼ ତୋଫାନହେବାରୁ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ଦୋକାନଟି ଜଳିଯାଇଥିଲା । ସ୍ଥାନୀୟ ପଡୋଶୀ ଜଳୁଥିବା ଦେଖି ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ଉଦ୍ଧାର କରି୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଲୟକୁ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଶବକୁ ଜବତ କରି ଶବ ବ୍ୟବଛେଦ କରିଥିଲେ । ବୃଦ୍ଧଙ୍କ ମୃତ୍ୟୁ ଯୋଗୁଁ ହରଭଙ୍ଗା ଅଂଚଳରେ ଶୋକରଛାୟା ଖେଳିଯାଇଛି ।

hiranchal ad1
Leave A Reply

Your email address will not be published.

16 − 15 =