୧୯ ବର୍ଷରୁ କମ ନବରଙ୍ଗପୁର କ୍ରିକେଟ ଦଳର କଟକ ଗସ୍ତ

0 601

ନବରଙ୍ଗପୁର: କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ୧୯ବର୍ଷରୁ କମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନିମନ୍ତେ ସ୍ଥାନୀୟ ନବରଙ୍ଗପୁର ଷ୍ଟାଡିୟମ ଠାରେ ଅନୁଷ୍ଠିତ ତିନି ଦିବସିୟ ଉଣେଇସି ବର୍ଷରୁ କମ କ୍ରିକେଟ ଦଳର ଚୟନ ହୋଇଯାଇଛି । ଏହି ଚୟନ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାର କୋଣ ଅନୁକୋଣରୁ ସର୍ବମୋଟ ଶହେଜଣରୁ ଉଦ୍ଧ୍ୱର୍ ଖେଳାଳି ଅଂଶ ଗ୍ରହଣ କରିଥିଲେ । ଦିଲୀପ ବିଷୋୟୀ ନେତୃତ୍ୱରେ ଏକ ପନ୍ଦର ଜଣିଆ ଦଳ ଚୟନ କରାଯାଇଛି । ସେମାନେ ହେଲେ ଆକାଶ କଶ୍ୟପ, ଅଭିଷେକ ରାୟ,ଭୁବନ ପନକା, ଦେବରାଜ ସିଂ ରାଜପୁତ, ଏ. କାର୍ତ୍ତିକ ରାଓ, ସୁଧାଂଶୁ ଶେଖର ନାୟକ, ସମ୍ବିତ ପଟ୍ଟନାୟକ, ଏସ. ସାଇ କୁମାର, ଅମୃତ ମହାପାତ୍ର, ବିକାଶ କୁମାର କଶ୍ୟପ, ଆୟୁସମାନ ପଣ୍ଡା, ସ୍ୱେଦ ପ୍ରଣବ ନାୟକ, ଏ. ଅକାଶ କୁମାର ରାଓ ଏବଂ ଚିତ୍ତରଞ୍ଜନ ମାଝୀ । ପ୍ରାକ୍ତନ କ୍ରିକେଟ ଖେଳାଳି ଅଶୋକ ନାୟକ ଦଳର କୋଚ ଏବଂ ମ୍ୟାନେଜର ଭାବରେ ଶଶାଙ୍କ ଶେଖର ବେହେରା ଦଳ ସହ ଗସ୍ତ କରିଛନ୍ତି । ଏହି ଚୟନ କାର୍ଯ୍ୟକ୍ରମ ରେ ଜିଲ୍ଲା କ୍ରିକେଟ ସଙ୍ଘର ସମ୍ପାଦକ ପ୍ରହ୍ଲାଦ ତ୍ରିପାଠୀ, ସହ ସମ୍ପାଦକ ଏମ.ବାଲା କୃଷ୍ଣ ରାଓ, ଉପ ସଭାପତି ସୁଭେନ୍ଦୁ ନାଥ ବେହେରା, ଖେଳାଳି ସବୀର ବେଗ ପ୍ରମୁଖ ପରିଚାଳନା କରିଥିବା ବେଳେ ସୁବ୍ରତ ଗଣ୍ଡା, ସମେଶ ନାୟକ, ଲମ୍ବଧର ସୌରା ଏବଂ ଅମିତ ଦାସ ପ୍ରମୁଖ ସହଯୋଗ କରିଥିଲେ । ଆସନ୍ତା ରବିବାର ଦିନ ଢେଙ୍କାନାଳ ସହ ଦଳର ପ୍ରଥମ ମ୍ୟାଚ ଖେଳିବେ ବୋଲି କ୍ରିକେଟ ସଙ୍ଘର ମିଡ଼ିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ସି ଗ୍ରୁପର ପାଞ୍ଚୋଟି ଦଳ ଯଥା ପୁରୀ, ଭୁବନେଶ୍ୱର ବି, କିଟ ଓ ପାରାଦୀପ ଦଳ ସହ ନବରଙ୍ଗପୁର ଜିଲ୍ଲା ଆସନ୍ତା ଦିନ ମାନଙ୍କରେ ଖେଳିବେ ।

hiranchal ad1
Leave A Reply

Your email address will not be published.

five + 11 =