ଟି-୨୦ ବିଶ୍ୱକପରେ ବିରାଟ ଓପନିଂ କରିବେ କି ? ଉତ୍ତର ରଖିଲେ ରୋହିତ

0 44

ଚଣ୍ଡିଗଡ : ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ଟି -୨୦ ବିଶ୍ୱକପ ୨୦୨୨ ପୂର୍ବରୁ, ଟିମ୍‌ ଇଣ୍ଡିଆ ଏହାର ପ୍ରସ୍ତୁତିକୁ ମଜବୁତ କରିବାର ସମ୍ପୂର୍ଣ୍ଣ ସୁଯୋଗ ପାଇଛି । ଟିମ୍‌ ଇଣ୍ଡିଆକୁ ୨୦ ସେପ୍‌ଟେମ୍ବର ମଙ୍ଗଳବାର ଠାରୁ ଅଷ୍ର୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜ୍‌ ଖେଳିବ । ଏହି ସିରିଜର ପ୍ରଥମ ମ୍ୟାଚ୍‌ ପୂର୍ବରୁ ରୋହିତ ଶର୍ମାଙ୍କୁ ପଚରାଯାଇଥିଲା କି ବିରାଟ କୋହଲି ଟି -୨୦ ବିଶ୍ୱକପରେ ଓପନର ଭାବେ ଖେଳିବି କି, ତେବେ ଅଧିନାୟକ ରୋହିତ ଏହାର ସଠିକ ଉତ୍ତର ଦେଇଛନ୍ତି । ଓପନର ଭାବେ ଖେଳି ବିରାଟ ଆଫଗାନିସ୍ତାନ ବିପକ୍ଷ ଏସିଆ କପ୍‌ ୨୦୨୨ ର ଶେଷ ମ୍ୟାଚରେ ଶତକ ହାସଲ କରିଥିଲେ ।
ଦଳର ପ୍ରଥମ ଅଭ୍ୟାସ ଅଧିବେଶନ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କୁ ପଚରାଯାଇଥିଲା କି ବିରାଟ କୋହଲି ମେଗା ଇଭେଣ୍ଟରେ ଓପନର ଭାବେ ଖେଳିବେ କି? ଏହାର ଜବାବରେ ରୋହିତ କହିଛନ୍ତି, “ବିରାଟ କୋହଲି ଟି -୨୦ ବିଶ୍ୱକପ ପାଇଁ ଆମ ପାଇଁ ନିଶ୍ଚିତ ଭାବେ ଜଣେ ଓପନିଂ ବିକଳ୍ପ ଏବଂ ଆମେ ଏହାକୁ ସର୍ବଦା ଧ୍ୟାନରେ ରଖିବୁ । ଯେହେତୁ ଆମେ ତୃତୀୟ ଓପନର୍‌ ଦଳରେ ସାମିଲ କରିନାହଁ । ସେ (ବିରାଟ) ତାଙ୍କ ଫ୍ରାଞ୍ଚାଇଜ୍‌ ଆରସିବି ପାଇଁ ଓପନର ଭାବେ ଖେଳନ୍ତି ଓ ଭଲ ରନ ମଧ୍ୟ କରିଛନ୍ତି । ତେଣୁ ଏହା ନିଶ୍ଚିତ ଭାବରେ ଆମ ପାଇଁ ଏକ ବିକଳ୍ପ ଅଟେ ।
ତେବେ ଟି-୨୦ ବିଶ୍ୱକପ୍‌ରେ କେ.ଏଲ୍‌ ରାହୁଲ ତାଙ୍କ ସହ ଓପନର ଭାବେ ପଡିଆକୁ ଓହ୍ଲାଇବେ ବୋଲି ସେ ନିଶ୍ଚିତ କରିଛନ୍ତି ରୋହିତ କହିଛନ୍ତି, “ଟି -୨୦ ବିଶ୍ୱକପରେ କେ.ଏଲ୍‌ ରାହୁଲ ଓପନର ଭାବେ ଖେଳିବେ । ତାଙ୍କର ପ୍ରଦର୍ଶନ ବେଳେବେଳେ ଅଜଣା ହୋଇଯାଏ । ଆଇପିଏଲ୍‌ ପରେ ଏସିଆ କପରେ କେ.ଏଲ୍‌ ରାହୁଲ ଟି -୨୦ ଫର୍ମାଟରେ ଦେଖାଦେଇଥିଲେ, ଯେଉଁଠାରେ ତାଙ୍କ ବ୍ୟାଟ୍‌ ପ୍ରାୟ ନୀରବ ରହିଥିଲା ଏବଂ ଷ୍ଟ୍ରାଇକ୍‌ରେଟ୍‌ ମଧ୍ୟ ପ୍ରାୟ ୧୨୦ ଥିଲା ।

hiranchal ad1
Leave A Reply

Your email address will not be published.

eleven − 1 =