ଓଡ଼ିଶା ମୋଟର ଚାଳକ ସଙ୍ଘ ପାରଳାଖେମୁଣ୍ଡି ଶାଖା ତରଫରୁ ରକ୍ତଦାନ ଶିବିର

0 49

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ନିକଟସ୍ଥ ନଟୋରି କ୍ଳବ ଠାରେ ଓଡ଼ିଶା ମୋଟର ଚାଳକ ସଙ୍ଘ ପାରଳାଖେମୁଣ୍ଡି ଶାଖା ତରଫରୁ ଚାଳକ ଦିବସ ପାଳନ ଅବସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୋଟର ଚାଳକ ସଂଘର ସଭାପତି ଶ୍ରୀନିବାସ ରାଓଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇ ଥିବା ବେଳେ ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ଏହି କାର୍ଯ୍ୟକ୍ରମକୁ ରିବନ କାଟି ଶୁଭ ଉଦଘାଟନ କରିଥିଲ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରର ଅଫିସର ଡକ୍ଟର ଏନ ରବିବାବୁ, ଲେବ ଟେକ୍ନିସିୟାନ ଖଗେଶ୍ୱର ବେହେରା, ଡାଟା ମେନେଜମେଣ୍ଟ ଆସିଷ୍ଟାଣ୍ଡ ପିଙ୍କି ପାଢ଼ୀ , ବି ବାବୁଲା ପ୍ରମୁଖ ଉପସ୍ଥିତ ରହି ପଞ୍ଜିକୃତ ଓ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଟର ଚାଳକ ସଂଘର ସଦସ୍ୟମାନେ ରକ୍ତଦାନ କରିଥିଲେ । ଏହି ରକ୍ତ ଦାନ ଶିବିରରେ ୩୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଓଡ଼ିଶା ମଟର ଚାଳକ ସଂଘ ପାରଳାଖେମୁଣ୍ଡି ଶାଖାର ସମ୍ପାଦକ ଭାସ୍କର ରାଓ,ଉପ ସଭାପତି ନାଗେଶ୍ୱର ରାଓ,କୋଷାଧ୍ୟକ୍ଷ ଉମା ଶଙ୍କର ଜେନା ଉପ ସମ୍ପାଦକ ଜଗଦୀଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

eleven + four =