ବୌଦ୍ଧ ପୁଲିସର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

0 54

ବୌଦ୍ଧ,୧୮/୯- ଆଜି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକସ୍ଥିତ ପଞ୍ଚମ ଆଇଆରବି ବାରାକ ଠାରେ ପୁରୁଣାକଟକ ଥାନା ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ ଓ ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସହାଇ ମୀନା ଏହି ଶିବିରକୁ ଉଦଘାଟନ କରିଥିଲେ । ଏହି ଶିବିରରେ ପୁଲିସ କର୍ମଚାରୀଙ୍କ ସହିତ ଜନସାଧାରଣମାନେ ମଧ୍ୟ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।

hiring

ପୁରୁଣାକଟକ ଥାନା ଅଧିକାରୀ ଜ୍ୟୋସ୍ନା କାଉଁରୀ ରକ୍ତଦାନ ଶିବିରକୁ ପରିଚାଳନା କରିଥିବାବେଳେ ଶିବିରରେ ମୋଟ ୭୪ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏହି ଶିବିରରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ମାନପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ ।

hiranchal ad1
Leave A Reply

Your email address will not be published.

one × two =