ବେଙ୍ଗଲ ମାଷ୍ଟର୍ସ ଆଥେଲଟକ୍ସ ଆସୋସିଏସନ ପ୍ରତିଯୋଗିତାରେ କିଶୋର ଚନ୍ଦ୍ର ରଥଙ୍କ ସଫଳତା

0 48

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିର କ୍ରୀଡ଼ାବିତ କିଶୋର ଚନ୍ଦ୍ର ରଥ ବେଙ୍ଗଲ ମାଷ୍ଟର୍ସ ଆଥେଲେଟକ୍ସ ଆସୋସିଏସନ ଦ୍ୱାରା ମୋଗେଲ ଜିଲ୍ଲାର ଚିନ୍‌ ଚୁରା ମଇଦାନରେ ଆୟୋଜିତ ହୋଇଥିବା ଦୁଇ ଦିନିଆ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇ ତାମ୍ର ପଦକ ହାସଲ କରି ଗୌରବ ଆଣିଛନ୍ତି । ଏହି ପ୍ରତିଯୋଗିତାରେ ଶ୍ରୀଲଙ୍କା, ନେପାଳ, ବାଂଲାଦେଶ ସହିତ ଭାରତର ବିଭିନ୍ନ ରାଜ୍ୟର ପ୍ରତିଯୋଗୀ ଭାଗ ନେଇଥିଲେ । ଏଥିରେ ଓଡ଼ିଶା ମୋଟ ୧୦ଟି ପଦକ ହାସଲ କରିଥିବା ବେଳେ ପାରଳାଖେମୁଣ୍ଡିର କିଶୋର ଚନ୍ଦ୍ର ରଥ ଲମ୍ବ ଡିଆଁରେ ତାମ୍ର ପଦକ ହାସଲ କରି ଜିଲ୍ଲାର ଗୌରବ ବଢାଇଛନ୍ତି । ଏଥିରେ ପ୍ରକାଶ କୁମାର ଗଡ଼ନାୟକ ୧୦୦ ମିଟର ଦୌଡ଼,୨୦୦ ମିଟର ଦୌଡ଼ ଏବଂ ଲମ୍ବ ଡିଆଁରେ ଦୁଇଟି ସ୍ୱର୍ଣ୍ଣ ପଦକ ସହ ଗୋଟିଏ ରୌପ୍ୟ ପଦକ ପାଇଛନ୍ତି । ବବିତା ପଣ୍ଡା ୫ ମିଟର ଚାଲିବାରେ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ଲମ୍ବ ଡିଆଁରେ ସ୍ୱର୍ଣ୍ଣ ସହ ତିନୋଟି ପଦକ ପାଇଛନ୍ତି । ହରେକୃଷ୍ଣ ଦୁବେ ୪୦୦ ମିଟର ଦୌଡ଼ରେ ରୌପ୍ୟ ପଦକ, ୮୦୦ ମିଟର ଦୌଡ଼ ଏବଂ ୧୫୦୦ ମିଟର ଦୌଡ଼ରେ ତାମ୍ର ପଦକ ପାଇଥିଲେ । କିଶୋର ଚନ୍ଦ୍ର ରଥଙ୍କ ଏପରି ସଫଳତା ପାଇଁ ଗଜପତି ଜିଲ୍ଲାର ବିଭିନ୍ନ ମହଲରୁ ଓ ଅବକାରୀ ବିଭାଗ ତରଫରୁ ପ୍ରଶଂସା ଏବଂ ସ୍ୱାଗତ କରାଯାଇଛି ।

hiranchal ad1
Leave A Reply

Your email address will not be published.

one × four =