କଂଗ୍ରେସ କାଉନସିଲରଙ୍କୁ ଏନଏସି ପକ୍ଷରୁ ଅଣଦେଖା ଅଭିଯୋଗ, ଅଫିସ ଆଗରେ ଧାରଣା ଦେଲେ

0 104

ବାଲିଗୁଡ଼ା : ଦୁଇ କଂଗ୍ରେସ କାଉସିଲରଙ୍କୁ ଏନ୍‌ଏସି ପକ୍ଷରୁ ଅଣଦେଖା ଅଭିଯୋଗ । ନ୍ୟାୟ ଦାବିରେ ୭ଦଫା ଦାବି ନେଇ ଏନ୍‌ଏସି କାର୍ଯ୍ୟାଳୟ ବାରଣ୍ଡାରେ ଧାରଣାରେ ବସିଛନ୍ତି ଦୁଇ କାଉନସିଲର । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସିରେ । ସୂଚନା ପ୍ରକାରେ ପ୍ରତ୍ୟେକ ମାସରେ ପାରିଷଦ ବୈଠକ ଅନୁଷ୍ଠିତ ହେବା କଥା କିନ୍ତୁ ପୂର୍ବ ବୈଠକର ୧୦୮ ଦିନପରେ ଅର୍ଥାତ୍‌ ଗତ ୧୮.୧୧.୨୦୨୨ ରିଖରେ ସକାଳ ୮ଟା ୪୫ ମିନିଟ୍‌ ସମୟରେ ବୈଠକ ହୋଇଥିଲା । ବୈଠକର ୭ ଦିନ ପୂର୍ବରୁ ପାରିଷଦ ମାନଙ୍କୁ ଜଣାଇବା କଥା କିନ୍ତୁ ତାହା ହୋଇନଥିବା ଅଭିଯୋଗ ହୋଇଛି । ଅଧ୍ୟକ୍ଷଙ୍କ ଅନୁମୋଦନ କ୍ରମେ ନିର୍ବାହୀ ଅଧିକାରୀ ବୈଠକ ଆବାହନ କରିବା କଥା କିନ୍ତୁ ସେଥିରେ ମଧ୍ୟ ବ୍ୟତିକ୍ରମ ହେଉଛି । ବାଲିଗୁଡ଼ା ଏନ୍‌ଏସିରେ ୧୩ଟି ୱାର୍ଡରୁ ୧୧ଟି ବିଜେଡ଼ି ଦଖଲ କରିବାସହ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ହାତେଇଥିବା ବେଳେ କଂଗ୍ରେସ ଦୁଇଟି ୱାର୍ଡ ଦଖଲ କରିଛି । କଂଗ୍ରେସର ସଂଖ୍ୟା ଗରିଷ୍ଠତା ନଥିବାରୁ ଜାଣିଶୁଣି କଂଗ୍ରେସର ଏହି ଦୁଇ କାଉନସିଲରଙ୍କୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ ହୋଇଛି । ଏଥିସହିତ ବାଲିଗୁଡ଼ା ଏନ୍‌ଏସିରେ ବ୍ୟାପକ ଦୁର୍ନୀତି ହେଉଥିବା ବେଳେ କୌଣସି ତଥ୍ୟ ମାଗିଲେ ମିଳୁନଥିବାରୁ ଆର୍‌ ଟି ଆଇ ମାଧ୍ୟମରେ ତଥ୍ୟ ମାଗିବାକୁ ବାଧ୍ୟ ହେଉଛୁ ବୋଲି କହିଛନ୍ତି ଦୁଇ କାଉନସିଲର । ସେପଟେ ଯେପର୍ଯ୍ୟନ୍ତ ଆମକୁ ନ୍ୟାୟ ନମିଳିଛି ଏବଂ ଆମକୁ ସମାନ ଅଧିକାର ଦିଆନଯାଇଛି ସେ ପର୍ଯ୍ୟନ୍ତ ଆମେ ଏଭଳି ଆମରଣ ଅନଶନରେ ବିସିବୁ ବୋଲି କହିଛନ୍ତି ଦୁଇ କାଉଁସିଲର ଅଜୟ କୁମାର ନାୟକ (ୱାର୍ଡ-୧) ଓ ଆଲୋକ କୁମାର ନାୟକ (ୱାର୍ଡ-୧୩) । ସେପଟେ ଘଟଣାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛନ୍ତି ସାଂସଦ ପ୍ରାର୍ଥୀ ତଥା ଯୁବ ନେତା ମନୋଜ କୁମାର ଆଚାର୍ଯ୍ୟ ।

hiranchal ad1
Leave A Reply

Your email address will not be published.

five + 10 =