ପୁଣି ହାରିଲା ଶ୍ରୀଲଙ୍କା, ଭାରତ ୩-୦ରେ ସିରିଜ ଜିତିଲା

0 52

ଧର୍ମଶାଳା : ଟି-୨୦ ଆନ୍ତର୍ଜାତୀୟ ସିରିଜରେ ଭାରତୀୟ ଦଳର ବିଜୟ ଅଭିଯାନ ଜାରି ରହିଛି । ୨୦୨୧ ଟି -୨୦ ବିଶ୍ୱକପ୍‌ ର ଶେଷ ତିନୋଟି ମ୍ୟାଚ୍‌ ଜିତିବା ସହିତ ଭାରତୀୟ ଦଳ ଆରମ୍ଭ କରିଥିବା ବିଜୟ ଧାରା ଏବେବି ଜାରି ରହିଛି । କେବଳ ଏତିକି ନୁହେଁ କ୍ରମାଗତ ତୃତୀୟ ଟି-୨୦ ସିରିଜରେ ଟିମ୍‌ ଇଣ୍ଡିଆ ତାର ପ୍ରତିପକ୍ଷ ଦଳକୁ କ୍ଲିନ୍‌ ସୁଇପ କରିବାର ଏକ ରେକର୍ଡ କରିଛି । ଭାରତ ଏଥର ଶ୍ରୀଲଙ୍କା ଦଳକୁ କ୍ଲିନ୍‌ ସୁଇପ କରିଛି । ଆଜିର ମ୍ୟାଚରେ ଭାରତ ୬ ୱିକେଟରେ ଶ୍ରୀଲଙ୍କାକୁ ହରାଇଛି । ଭାରତ ପକ୍ଷରୁ ଶ୍ରେୟସ ଆୟର ଧୂଆଁଧାର ୪୫ ବଲରେ ୭୩ ରନ କରିଥିବା ବେଳେ ରବିନ୍ଦ୍ର ଜାଡେଜା ୧୫ ବଲରେ ୨୨ ରନ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜର ଶେଷ ମ୍ୟାଚ୍‌ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଦଳର ଅଧିନାୟକ ଦାସୁନ୍‌ ଶାନାକା ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତୀୟ ଦଳରେ ଚାରିଟି ପରିବର୍ତ୍ତନ ଏବଂ ଶ୍ରୀଲଙ୍କା ଦଳ ଦୁଇଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଥିଲେ ଉଭୟ ଦଳ । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୧୪୬ ରନ୍‌ ସଂଗ୍ରହ କରି ୫ ୱିକେଟ୍‌ ହରାଇଥିଲା । ଭାରତୀୟ ବୋଲରମାନେ ଶେଷ ପାଞ୍ଚ ଓଭରରେ ୬୮ ରନ୍‌ ବ୍ୟୟ କରିଥିଲେ । ୧୪୭ ରନ୍‌ର ଲକ୍ଷ୍ୟକୁ ପିଛା କରି ଭାରତ ୧୬ ଓଭର ୫ ବଲରେ ୧୪୮ ରନ କରି ବିଜୟ ଲାଭ କରିଥିଲା ।

hiranchal ad1
Leave A Reply

Your email address will not be published.

5 × two =