କେଏଲ ରାହୁଲଙ୍କ ଭାବବିହ୍ୱଳ ପୋଷ୍ଟ

0 115

ନୂଆଦିଲ୍ଲୀ: ଭାରତୀୟ ଦଳ ଏବେ ଓ୍ୱେଷ୍ଟ ଇଣ୍ଡିଜ ଗସ୍ତରେ ଅଛି । ଦଳ ଟି୨୦ ସିରିଜ୍ ଖେଳୁଛି । ଏହାପରେ ଦଳ ଜିମ୍ବାଓ୍ୱେ ଗସ୍ତ କରିବ । ଜିମ୍ବାଓ୍ୱେ ବିରୋଧରେ ଦଳ ଦିନିକିଆ ସିରିଜ୍ ଖେଳିବ । ଏଥିପାଇଁ ଭାରତୀୟ ଦଳ ଘୋଷଣା ସରିଛି । ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । କିନ୍ତୁ କେଏଲ ରାହୁଲ ଫିଟନେସ କାରଣରୁ ବାଦ୍ ପଡିବା ପରେ ତାଙ୍କ ଫ୍ୟାନ୍ସ ନିରାଶ ଜାହିର କରିଛନ୍ତି ।

କେଏଲ ରାହୁଲ ଗତ ଫେବ୍ରୁଆରୀଠୁ କୌଣସି ମ୍ୟାଚ୍ ଖେଳି ନାହାଁନ୍ତି । ଆଇପିଏଲ ପରେ ସେ ଆହତ ହୋଇଥିଲେ । ଏହି ସହୁ ସ୍ଥିତି ମଧ୍ୟରେ ସେ ପ୍ରଶଂସକଙ୍କ ପାଇଁ ଭାବୁକ ପୋଷ୍ଟ କରିଛନ୍ତି ।

hiring

ସେ ଲେଖିଛନ୍ତି ଯେ, ଜୁନରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା । ଯାହା ସଫଳ ହୋଇଛି । ଇଣ୍ଡିଜ ଗସ୍ତ ପରେ ସେ ଫେରିବେ ବୋଲି ଆଶା କରୁଥିଲେ । ଫିଟ୍ ହେଲା ପରେ ପୁଣି କରୋନା ହୋଇଯାଇଥିଲା । ପୁଣି ସମୟ ପଛକୁ ଚାଲି ଯାଇଥିଲା । ଏବେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବାକୁ ପ୍ରୟାସ କରୁଛନ୍ତି । ଶୀଘ୍ର ଦଳକୁ ଫେରିବେ ବୋଲି ସେ ଆଶା କରିଛନ୍ତି ।

ସୂଚନାଯୋଗ୍ୟ, ରାହୁଲ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍ ଖେଳିଥାନ୍ତେ । କିନ୍ତୁ ଆହତ ହୋଇଯାଇଥିଲେ । ଏହାପରେ ଋଷଭ ପନ୍ତଙ୍କୁ ଦଳର ନେତୃତ୍ୱ ଭାର ଦିଆଯାଇଥିଲା । ଅସ୍ତ୍ରୋପଚାର ପରେ ରାହୁଲ ଏବେ କ୍ରିକେଟ ଆକାଡେମୀରେ ଅଛନ୍ତି ।

hiranchal ad1
Leave A Reply

Your email address will not be published.

sixteen − 1 =