ବୃନ୍ଦାବତୀ ଭତ୍ତା ପାଇବାରୁ ବଞ୍ଚିତ ଓ ସ୍ୱାମୀଙ୍କୁ ମିଳିନି ଅଧାର କାର୍ଡ, ପ୍ରଶାସନ ନୀରବ

0 104

ଖପ୍ରାଖୋଲ : ଅସହାୟ ତଥା ଦିବ୍ୟାଙ୍ଗଙ୍କ ପାଇଁ ସରକାର ବହୁ ଯୋଜନା ଆଣିଛନ୍ତି । ହେଲେ ସରକାରଙ୍କ ସବୁ ଯୋଜନାରୁ ବଞ୍ଚିତ ଅଛନ୍ତି ଖପ୍ରାଖୋଲ ବ୍ଲକ ମହୁରୁଣ୍ଡି ଗାଁର ବୃଦ୍ଧା ବୃନ୍ଦାବତୀ ବେହେରା(୬୨) । ୨ବର୍ଷରୁ ଉଦ୍ଧ୍ୱର୍ ହେବ ଭତ୍ତା ପାଇଁ ଅନଲାଇନ ଆବେଦନ କରି ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସେ ଆବେଦନ କରିଛନ୍ତି । ତଥାପି କେହି ତାଙ୍କ ଗୁହାରି ଶୁଣି ନଥିବା ଅଭିଯୋଗ କରିଛନ୍ତି । ଖପ୍ରାଖୋଲଠାରୁ ପ୍ରାୟ ୨ କିମି ଦୂର ମହୁରୁଣ୍ଡି ଗାଁରେ ବୃନ୍ଦାବତୀ ବେହେରା(୬୨), ସ୍ୱାମୀ ହଳଧର ବେହେରା(୬୪) ବସବାସ କରନ୍ତି । ଦିନ ମଜୁରୀ କଲେ ପରିବାର ପେଟକୁ ଦାନା ଯୋଗାଡ଼ ହୁଏ । ତାଙ୍କୁ ସରକାର ସହାୟତା କହିଲେ ରାସନ କାର୍ଡରୁ ୩୫ କେଜି ଚାଉଳ , ଯାହାକି ପରିବାର ଚାଲିବାରେ ନିଅଣ୍ଟ । ଏପରି କି ସ୍ୱାମୀଙ୍କ ପାଖରେ ଅଧାର କାର୍ଡ ନଥିବାରୁ ସବୁ ସୁବିଧାରୁ ବଞ୍ଚିତ ଥିବା ପ୍ରକାଶ କରିଛନ୍ତି । ସ୍ତ୍ରୀଙ୍କ ଭତ୍ତା ଓ ଘରଟିଏ ପାଇଁ ରାଜନେତାଠାରୁ ଆରମ୍ଭ କରି ଅନେକ ସରକାରୀ ବାବୁଙ୍କୁ ଆବେଦନ କରିଥିଲେ ମଧ୍ୟ ଭତ୍ତା ଓ ଘରରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି । ଏ ନେଇ ବିଡ଼ିଓ ରଶ୍ମି ରଞ୍ଜନ ରାଉତଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଉକ୍ତ ବିଷୟରେ ତଦାରଖ କରି ତୁରନ୍ତ ଭତ୍ତା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ । ଏଣୁ ବୃନ୍ଦାବତୀଙ୍କ ସ୍ୱାମୀ ଦିନ ମଜୁରୀ କଲେ ପେଟ ପାଟଣା ଚଲୁଥିବାରୁ ବୃନ୍ଦାବତୀଙ୍କୁ ଭତ୍ତା ସହ ଆବଶ୍ୟକ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଥିଲେ । ହେଲେ ଏ ପର୍ଯ୍ୟନ୍ତ ଦାବି ପୂରଣ ହୋଇନାହିଁ ।

hiranchal ad1
Leave A Reply

Your email address will not be published.

20 − one =