ସୁବର୍ଣ୍ଣପୁର ଜିଲ୍ଲାରେ ଡେଙ୍ଗୁ ସଚେତନତା ମାସ ପାଳିତ

0 48

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସଭା ଗୃହରେ ଜିଲ୍ଳା ସ୍ୱାସ୍ଥ୍ୟ ସମିତି ଅଧ୍ୟକ୍ଷା ତଥା ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଡେଙ୍ଗୁ ସଚେତନତା ମାସ ପାଳନ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ, ଜିଲ୍ଲାରେ ପ୍ରତ୍ୟେକ ସ୍ତରରେ ଡେଙ୍ଗୁର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସମସ୍ତ ବିଭାଗ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ କରିଛନ୍ତି । ଅଦ୍ୟ ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ପ୍ରଦୀପ କୁମାର ଗୁରୁଙ୍କ ସମେତ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ ) ଡଃ ଦୈତ୍ୟ ନାରାୟଣ ପାଢୀ , ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଗୌରମଣି ହାଁସଦା, ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲାକା ପ୍ରମୁଖ ମଂଚାସୀନ ଥିବାବେଳେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ରମେଶ ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା ଓ ଲେପ୍ରସି ) ଡଃ ପଦ୍ମହଂସା ଦୋରା, ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ଡଃ ମାନସ ରଞ୍ଜନ ଦଣ୍ଡପାଟ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ବିଶ୍ୱମ୍ବର ବେହେରାଙ୍କ ସମେତ ଜିଲ୍ଲାର ସମୃକ୍ତ ବିଭାଗୀୟ ମୁଖ୍ୟ ତଥା ବିଭାଗୀୟ ଅଧିକାରୀ ସମୂହ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ବୈଠକରେ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ସହିତ ଡେଙ୍ଗୁର କାରଣ, ଲକ୍ଷଣ, ପ୍ରକାରଭେଦ, ବାହକ ଓ ତା’ର ନିୟନ୍ତ୍ରଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ । ପରେ ପରେ ଜିଲ୍ଲା ଭିବିଡି କନ୍ସଲଟାଣ୍ଟ ଚନ୍ଦ୍ର ଶେଖର ମିଶ୍ର ଜିଲ୍ଲାରେ ଡେଙ୍ଗୁର ସ୍ଥିତି,ଅବସ୍ଥିତି ଓ ତାକୁ ନିୟନ୍ତ୍ରଣକୁ ଆଣିବାକୁ ଥିବା ବିଭିନ୍ନ କାର୍ଯ୍ୟ ପ୍ରଣାଳୀର ସୂଚନା ପ୍ରଦାନ କରିଥିଲେ । ସଭା ଶେଷରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଅକ୍ରୁର କୁମାର ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

one × one =