ଚାରଥାକିଆ ରାସ୍ତା ନିର୍ମାଣରେ ମନ୍ଥରତା ନେଇ କଂଗ୍ରେସ ପକ୍ଷରୁ ରାସ୍ତାରୋକ

0 112

ସୁବର୍ଣ୍ଣପୁର: ଅନେକ ଦିନରୁ ମହାନଦୀ ବ୍ରିଜ୍‌ରୁ କୁଞ୍ଜଛକ ପର୍ଯ୍ୟନ୍ତ ଚାଲିଥିବା ଚାରଥାକିଆ ରାସ୍ତା ନିର୍ମାଣରେ ଅହେତୁକ ମନ୍ଥରତାକୁ ନେଇ ସୋନପୁର କଂଗ୍ରେସ ଦଳ ପକ୍ଷରୁ ଘୋର ପ୍ରତିବାଦ କରାଯାଇ ସ୍ଥାନୀୟ ବୀରସୁରେନ୍ଦ୍ର ସାଏ ଛକରେ ସକାଳ ୯ ଘଣ୍ଟା ରୁ ୧୧ଘଣ୍ଟା ପର୍ଯ୍ୟନ୍ତ ରାସ୍ତାରୋକ କରାଯାଇଛି । ଯା’ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହିଥିଲା । ପ୍ରକାଶ ଯୋଗ୍ୟଯେ ଏହି ରାସ୍ତା ପାଇଁ ଗତ ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିବା ବେଳେ ଏଥିପାଇଁ ୬କୋଟି ୭୯ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିଲା ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ବେସରକାରୀ ଜମି ଅଧିଗ୍ରହଣକୁ ନେଇ କିଛିକାଂଶରେ ଅସୁବିଧା ରହିଛି । ଯା’ ଫଳରେ ସଂପୃକ୍ତ ଠିକାଦାର ମଧ୍ୟ ବିତସ୍ପୃହ ହୋଇ ଏବେ କାମ ବନ୍ଦ କରିଥିବା ଦେଖାଯାଇଛି । ଇତିମଧ୍ୟରେ ମହାନଦୀ ବ୍ରିଜ ଠାରୁ ପଟାଭାଡି ବୀରସୁରେନ୍ଦ୍ର ସାଏ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସରିଥିଲେ ହେଁ ସେଠାରୁ କୁଞ୍ଜଛକ ଯାଏ କାମ ଅଟକି ରହିଛି । ଯାହା ଫଳରେ ଏହି ଅଂଚଳରେ ପ୍ରତ୍ୟେକ ଦିନ ଛୋଟବଡ଼ ଦୁର୍ଘଟଣା ମାନଘଟି ଅନେକ ଜୀବନହାନି ଘଟୁଛି । ଏହାକୁ ନେଇ ଉକ୍ତ ଅଞ୍ଚଳର ଜନସାଧାରଣଙ୍କ ମନରେ ଅନେକ ଅସନ୍ତୋଷ ରହିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପାଖରେ ଚାପପକାଇ ଯେତେଶୀଘ୍ର ହେବ ଏ ରାସ୍ତା ନିର୍ମାଣକୁ ତ୍ୱରାନ୍ୱିତ କରିବା ପାଇଁ କଂଗ୍ରେସ ଦଳ ପକ୍ଷରୁ ସ୍ଥାନୀୟ ଭିଏସ ଏସ ଛକଠାରେ ଯୁବନେତା ସୁଧିର ପଣ୍ଡାଙ୍କ ନେତୃତ୍ୱରେ ପୂର୍ବତନ ବିଧାୟକ ବିନୋଦ ପାତ୍ର, ଯୁବକଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ, ବରିଷ୍ଠ କଂଗ୍ରେସ ନେତା ମାଧବ କୁମ୍ଭାର, ମହିଳା କଂଗ୍ରେସ ନେତ୍ରୀ ସୂର୍ଯ୍ୟ କାନ୍ତି ବାଘ,ରାଜେନ୍ଦ୍ର ମେହେର, ନିମାଇଁ ପାଣିଗ୍ରାହୀ, ସଚ୍ଚିଦାନନ୍ଦ ସାହୁ, ହୃଷିକେଶ ମିଶ୍ର ପ୍ରମୁଖ ରାସ୍ତାରୋକରେ ସାମିଲ ହୋଇ ପ୍ରଶାସନର ଅବହେଳାକୁ ଦାୟୀ କରି ବିଭିନ୍ନ ନାରା ଦେଇଥିଲେ ।

hiranchal ad1
Leave A Reply

Your email address will not be published.

one × 3 =