ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼

0 105

ପୁରୀ : ପୁରୀ ଜିଲ୍ଲାର କଣାସରେ ବୋମା ମାଡ଼ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଣାସ ଗଡ଼ଖାରଦ ଗ୍ରାମରେ ବୋମା ମାଡ଼ । ରଘୁ ମାନ ସିଂହଙ୍କ ଘରେ ବୋମା ମାଡ଼ କଲେ ଦୁର୍ବୃତ୍ତ । ୭/୮ ଜଣ ଦୁର୍ବୃତ୍ତ ଆସି କଲେ ବୋମା ମାଡ଼ । ଘର ଗ୍ରୀଲ ଦେଇ କରାଯାଇଛି ବୋମା ମାଡ଼ । ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଗଡିଶା ଗୋଦା ଥାନା ପୋଲିସ । ବୋମା ମାଡ଼ ପରେ ବିଭିନ୍ନ ସ୍ଥାନରେ ପଡିଥିବା ସୁତୁଲୀ ପୋଲିସ ଦ୍ୱାରା ଉଦ୍ଧାର କରାଯାଇଛି । ବୋମା ବିସ୍ଫୋରଣରେ କାହାରି କୌଣସି କ୍ଷତି ହୋଇ ନଥିବା ସୂଚନା ରହିଛି । ବୋମା ମାଡ଼ ପରେ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଛି ଉତ୍ତେଜନା ପରିସ୍ଥିତି ଓ ଅଶାନ୍ତି କର ପରିବେଶ । ତୁରନ୍ତ ଦୁର୍ବୃତ୍ତଙ୍କୁ ଧରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ତେବେ ସୂଚନା ମୁତାବକ ରଘୁ ମାନ ସିଂହ ଙ୍କର ଘର ଉପରକୁ ବୋମା ମାଡ଼ ସମ୍ପୃକ୍ତି ସନ୍ଦେହରେ ଜଣକୁ ଅଟକ ରଖି ପଚରା ଉଚରା ଜାରି ରଖିଛି ଗଡିଶା ଗଦା ଥାନା ପୋଲିସ ।

hiranchal ad1
Leave A Reply

Your email address will not be published.

seventeen − five =