ଏଥର ବ୍ୟାଟ୍ ନୁହେଁ ବଲରେ କମାଲ କଲେ ସୂର୍ଯ୍ୟବଂଶୀ

0 56

ନୂଆଦିଲ୍ଲୀ: ବେଙ୍ଗାଲୁରୁସ୍ଥିତ ବିସିସିଆଇ ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ। ଦ୍ୱିତୀୟ ଇନିଂସରେ ସେ ମାତ୍ର ୩ ଓଭରରେ ୧୧ ରନ୍ ଦେଇ ୨ଟି ଉଇକେଟ ହାସଲ କରିଛନ୍ତି ।

hiring

ବାମହାତୀ ଅର୍ଥୋଡକ୍ସ ସ୍ପିନର ସୂର୍ଯ୍ୟବଂଶୀ କିଶନ ଲିଙ୍ଗଦୋହ ଏବଂ ଇମ୍ଲିୱାଟି ଲେମ୍ତୁରଙ୍କୁ ଆଉଟ୍ କରିଥିଲେ। ବିଶେଷ କଥା ହେଉଛି, ଉଭୟ ୱିକେଟ୍ ତାଙ୍କର ସମାନ ଓଭରରେ ଆସିଥିଲା। ଲିଙ୍ଗଦୋହ ସୂର୍ଯ୍ୟବଂଶୀଙ୍କ ବଲ୍‌କୁ ଅନ୍-ସାଇଡ୍‌ରେ ଖେଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଶଟ୍ ଠିକ୍ ଭାବେ ଲାଗିନଥିବାରୁ ମିଡ୍‌ୱିକେଟ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ । ଏହାର ତିନିଟି ବଲ୍ ପରେ ଲେମ୍ତୁର ଫ୍ରଣ୍ଟଫୁଟ୍‌ରେ ଡିଫେନ୍ସ କରିବାକୁ ଯାଇ ୱିକେଟ୍‌କିପର୍ ଇଶାନ କିଶନଙ୍କ ହାତରେ କ୍ୟାଚ୍ ଦେଇଥିଲେ ।

ସୂର୍ଯ୍ୟବଂଶୀଙ୍କ ଏହି ଦୁଇ ୱିକେଟ୍ ପରେ ଇଷ୍ଟ ଜୋନ୍ ଇନିଂସ୍ ବିଜୟ ଆଡ଼କୁ ଆହୁରି ଆଗକୁ ବଢ଼ିଛି। ନର୍ଥ ଇଷ୍ଟ ଜୋନ୍ ଦ୍ୱିତୀୟ ଇନିଂସରେ ୭ ୱିକେଟ୍ ହରାଇ ମାତ୍ର ୭୯ ରନ୍‌ରେ ସଂଘର୍ଷ କରୁଥିଲା। ପ୍ରଥମ ଇନିଂସରେ ମଧ୍ୟ ନର୍ଥ ଇଷ୍ଟ ଜୋନ୍ ମାତ୍ର ୧୧୧ ରନ୍‌ରେ ଅଲଆଉଟ୍ ହୋଇଥିଲା। ଏହାର ଜବାବରେ ଇଷ୍ଟ ଜୋନ୍ ୪୬୭ ରନ୍‌ର ବିଶାଳ ସ୍କୋର କରିଥିଲା। ତେବେ ବ୍ୟାଟିଂରେ ସୂର୍ଯ୍ୟବଂଶୀଙ୍କ ଦିନଟି ଭଲ ଯାଇନଥିଲା। ପ୍ରଥମ ଦିନରେ ସେ ମାତ୍ର ୮ ରନ୍ କରି ଆଉଟ୍ ହୋଇଥିଲେ। ଲଗାତାର ଦୁଇଟି ବାଉଣ୍ଡାରୀ ମାରିବା ପରେ ତୃତୀୟ ବାଉଣ୍ଡାରୀ ମାରିବା ଚେଷ୍ଟାରେ ସେ ନିଜ ଉଇକେଟ୍ ହରାଇଥିଲେ।ବ୍ୟାଟ୍‌ରେ ବିଫଳ ହେବା ପରେ ବୋଲିଂରେ ଦମଦାର ପ୍ରଦର୍ଶନ କରି ସୂର୍ଯ୍ୟବଂଶୀ ଇଷ୍ଟ ଜୋନ୍‌କୁ ବିଜୟର ନିକଟତର କରିଛନ୍ତି ।

hiranchal ad1
Leave A Reply

Your email address will not be published.

sixteen − one =