ରାହୁଲଙ୍କ ଉପରେ ରାଗିଲେ ଶଙ୍କରାଚାର୍ଯ୍ୟ, ଜାଣନ୍ତୁ କାହିଁକି

0 55

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନୁସ୍ମୃତି ସମ୍ପର୍କିତ ବୟାନକୁ ନେଇ ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ୱରାନନ୍ଦ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମନୁସ୍ମୃତି ଏବଂ ସନାତନ ସାଂସ୍କୃତିକ ଚିନ୍ତାଧାରା ଉପରେ ରାହୁଲ ଗାନ୍ଧୀ ଦେଇଥିବା ବୟାନ ତାଙ୍କର ଘୋର ଅଜ୍ଞାନତା, ସନାତନ ପରମ୍ପରା ପ୍ରତି ଦୁର୍ଭାବନାପୂର୍ଣ୍ଣ ମାନସିକତାକୁ ପ୍ରକାଶ କରୁଛି। ଶଙ୍କରାଚାର୍ଯ୍ୟ ଧର୍ମ ବିରୋଧୀ ବୟାନ ନଦେବାକୁ ମଧ୍ୟ ଚେତାବନୀ ଦେଇଛନ୍ତି।

hiring

ସେ କହିଛନ୍ତି, ରାଜନୈତିକ ଲାଭ ପାଇବା ପାଇଁ ପ୍ରାଚୀନ ଧର୍ମଶାସ୍ତ୍ରର ଶ୍ଲୋକଗୁଡ଼ିକୁ ପ୍ରସଙ୍ଗରୁ ଅଲଗା କରି ଉପସ୍ଥାପନ କରିବା କେବଳ ଆମ ସାଂସ୍କୃତିକ ଐତିହ୍ୟର ଅପମାନ ନୁହେଁ, ବରଂ ସମାଜକୁ ବିଭ୍ରାନ୍ତ କରିବାର ଏକ ନିନ୍ଦନୀୟ ପ୍ରୟାସ।

ମହାରାଷ୍ଟ୍ରର ପୁଣେରେ ଶନିବାର ଆୟୋଜିତ ‘ଛାତ୍ରଙ୍କ ଗୁଞ୍ଜ’ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ କହିଥିଲେ, ମହିଳାମାନଙ୍କୁ ଦମନ କରିବାର ମାନସିକତା ମନୁସ୍ମୃତିରୁ ଆସିଥାଏ ଏବଂ ଆଜି ଆମର ଲଢ଼େଇ ଏହି ମାନସିକତା ବିରୋଧରେ। ଭାଜପା-ଆରଏସଏସର ଲୋକମାନେ ଚାହାନ୍ତି ଯେ ଝିଅ ଓ ମହିଳାମାନେ ପିଞ୍ଜରା ଭିତରେ ବନ୍ଦ ହୋଇ ରୁହନ୍ତୁ। କିନ୍ତୁ ଆମେ ଏଭଳି ଭାରତ ଚାହୁଁନାହୁଁ।

hiranchal ad1
Leave A Reply

Your email address will not be published.

3 × two =