କରୋନା ମୁକ୍ତ ହେଲେ ରୋହିତ ଶର୍ମା

0 43

ନୂଆଦିଲ୍ଲୀ : ଭାରତର ଅଧିନାୟକ ରୋହିତ ଶର୍ମା କରୋନାରୁ ସୁସ୍ଥ ହୋଇଛନ୍ତି । ଶେଷ ରାଉଣ୍ଡରେ ହୋଇଥିବା ତାଙ୍କର କୋଭିଡ ରିପୋର୍ଟ ନେଗେଟିଭ ଆସିଛି । ଏହାକୁ ନେଇ ବିସିସିଆଇ ଆଶ୍ୱସ୍ତ ହୋଇଛି । କରୋନାରେ ସଂକ୍ରମିତ ହେବାରୁ ରୋହିତ ବ ର୍ମାନ ଚାଲିଥିବା ଏଜବାଷ୍ଟନ ଟେଷ୍ଟରେ ସାମିଲ ହୋଇପାରି ନାହାନ୍ତି । ତେବେ ଏବେ ସେ କରୋନାମୁକ୍ତ ହୋଇଥିବାରୁ ଆଗକୁ ହେବାକୁ ଥିବା ଟି-୨୦ ସିରିଜ ଖେଳିବା ସମ୍ଭାବନା ସୃଷ୍ଟି ହୋଇଛି । ଆସନ୍ତା ୭ ତାରିଖରୁ ଏହି ସିରିଜ ଆରମ୍ଭ ହେବ । ପ୍ରଥମ ମ୍ୟାଚ ସାଉଥଅମ୍ପଟନରେ ଖେଳାଯିବ । ଆଜି ଜଣେ ବରିଷ୍ଠ ବିସିସିଆଇ ଅଧିକାରୀ କହିଛନ୍ତି ଯେ “ରୋହିତଙ୍କ ରିପୋର୍ଟ ନେଗେଟିଭ ଆସିଛି । ମେଡିକାଲ ପ୍ରୋଟୋକଲ ଅନୁଯାୟୀ ବର୍ତ୍ତମାନ ସେ କ୍ୱାରେଣ୍ଟିନରୁ ମୁକ୍ତ ହୋଇଛନ୍ତି । ତେବେ ସେ ନର୍ଥମ୍ପଟାୟଶାୟାର ବିପକ୍ଷ ଆଜିର ଟି -୨୦ ୱାର୍ମ ଅପ୍‌ ଖେଳି ନାହାନ୍ତି । କାରଣ ତାଙ୍କୁ ପ୍ରଥମ ଟି-୨୦ ପୂର୍ବରୁ କିଛି ତାଲିମ ଆବଶ୍ୟକ ହେବ ବୋଲି ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରୋହିତ ତିନି ତିନି ଥର ପଜିଟିଭ ଚିହ୍ନଟ ହୋଇଥିଲେ । ଏହି କାରଣରୁ ତାଙ୍କୁ ଟେଷ୍ଟରୁ ବାଦ ଦିଆଯାଇ ତାଙ୍କ ସ୍ଥାନରେ ଯଶପ୍ରୀତ ବୁମରାଙ୍କୁ ନେତୃତ୍ୱ ଦାୟିତ୍ୱ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

20 − 11 =