ରାଗିଂର ଶୀକାର ହୋଇଥିଲେ ଦୂତୀ , ପୋଷ୍ଟ କରି ଦେଲେ ସୂଚନା

0 44

ଭୁବନେଶ୍ୱର : ଅଲମ୍ପିଆନ୍‌ ଦୂତୀ ଚାନ୍ଦ୍‌ ମଧ୍ୟ ରାଗିଂର ଶିକାର ହୋଇଥିଲେ । ଏନେଇ ସୋସିଆଲ୍‌ ମିଡିଆରେ ନିଜେ ଅଙ୍ଗେ ନିଭାଇଥିବା କଥା ପୋଷ୍ଟ କରିଛନ୍ତି ଦୂତୀ । ରାଗିଂର ଶିକାର ହୋଇ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର କାରୁବାକୀ ଛାତ୍ରୀନିବାସରେ ରହୁଥିବା ଯୁକ୍ତ ୩ ପ୍ରଥମ ବର୍ଷ କଳା ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ପୋଟର୍ସ ହଷ୍ଟେଲରେ ରହୁଥିବା ବେଳେ ରାଗିଂର ଶୀକାର ହୋଇଥିବା ଦୂତୀ କହିଛନ୍ତି ।
ଏଥିରେ ଦୂତୀ କହିଛନ୍ତି, ଆମ ବେଳେ ବି ସ୍ପୋଟର୍ସ ହଷ୍ଟେଲରେ ରାଗିଂ ହେଉଥିଲା । ସିନିୟରମାନେ ରୁମକୁ ଡାକି ବଡି ମସାଜ କରାଉଥିଲେ । ମୋ ସମୟରେ ନିଜର ସବୁ ଡ୍ରେସ ଧୋଇ ସଫା ବି କରିବା ପାଇଁ କହୁଥିଲେ । ଦୀର୍ଘ ୩ ବର୍ଷ ଧରି ନିଜେ ଏହି ସିନିୟରମାନଙ୍କ ଦ୍ୱାରା ରାଗିଂର ଶିକାର ହୋଇଥିଲେ । କେତେ ଯେ ଦିଦିଙ୍କର ବଡି ମସାଜ କରିଛି ଓ କପଡ଼ା ସଫା କରିଛି । ଜୁନିୟର ବୋଲି ସିନିୟରମାନେ ତାଙ୍କୁ ନିର୍ଯାତନା ଦେଉଥିଲେ । କିନ୍ତୁ କାହାକୁ ବି ମନର କଥା କହି ହୁଏନି । କାହିଁକି ନା ବୁଝିବା ଲୋକଟା ବି ଏହି ଗ୍ରୁପର ମେମ୍ବର ଥିଲେ ବୋଲି ଦୂତୀ ଲେଖିଛନ୍ତି ।

hiranchal ad1
Leave A Reply

Your email address will not be published.

8 − two =