୨୫ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ କପ, ଅହ୍ଲାବାଦକୁ ହରେଇ ଫରେଷ୍ଟ କ୍ଲବ ଛତିଶଗଡ ଚାମ୍ପିୟନ

0 77

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ସ୍ଥିତ ହାଇସ୍କୁଲ ପଡିଆରେ ଚାଲିଥିବା ୨୫ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ କପର ଫାଇନାଲ ମ୍ୟାଚରେ ଅହ୍ଲାବାଦକୁ ହରେଇ ଫରେଷ୍ଟ କ୍ଲବ ଛତିଶଗଡ ବିଜୟୀ ହୋଇ ଚାମ୍ପିୟନ ହୋଇଛି । ମ୍ୟାଚଟି ଦୁଇଟି ଫର୍ମାଟରେ ହୋଇଥିଲା । ଅହ୍ଲାବାଦ ଟସ ଜିଣି ପ୍ରଥମେ ଫର୍ମାଟରେ ବ୍ୟାଟିଂ କରି ୧୧ଓଭର ରେ ସମସ୍ତ ୱିକେଟ ହରେଇ ୪୭ରନ କରିଥିଲାଦଳର ରବି ଚୌଧୁରୀ ସର୍ବାଧିକ ୧୬ ରନ କରିଥିଲେ । ଛତିଶଗଡର ଦେବରାଜ ସାହୁ ୬ଟି ୱିକେଟ ନେଇଥିଲେ । ଜବାବରେ ଛତିଶଗଡ ୪ ଓଭର ରେ ଗୋଟିଏ ୱିକେଟ ହରେଇ ୪୮ରନ କରିଥିଲା । ଦଳର ଶଶାଙ୍କ ଚନ୍ଦ୍ରକର ୧୪ ବଲରୁ ୩୩ରନ କରିଥିଲେ । ଦ୍ୱିତୀୟ ଫର୍ମାଟରେ ଅହ୍ଲାବାଦ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୬ ୱିକେଟ ହରେଇ୯୫ରନ କରିଥିଲା । ଦଳର ସୁଭମ ନିଗମ ସର୍ବଧିକ ୩୫ରନ କରିଥିବା ବେଳେ ବିପକ୍ଷ ଦେବରାଜ ଓ ଶଶାଙ୍କ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଜବାବରେ ଛତିଶଗଡ ୬.୪ଓଭରରେ ୨ୱିକେଟ ହରେଇ ୧୦୦ରନ କରି ଥିଲା । ଦଳର ଶଶାଙ୍କ ଚନ୍ଦ୍ରକର ୨୫ ବଲରୁ ୮ଟି ଛକା ସହାୟତାରେ ୭୧ରନ କରିଥିଲେ । ଉଭୟ ଫର୍ମାଟରେ ବିଜୟୀ ହୋଇ ଛତିଶଗଡ ଚାମ୍ପିୟନ ହୋଇଥିଲା ।

hiring

ପ୍ରାଣବନ୍ଧୁ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବାଣିଜ୍ୟ ପରିବହନ ଏବଂ ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଏବଂ ଜିଲ୍ଲାପରିଷଦ ଗାୟତ୍ରୀ ପାଣିଗ୍ରାହୀ, ସ୍ଥାନୀୟ ସରପଞ୍ଚ ସୁଜାତା ସାହୁ, ଖଣ୍ଡହତା ସରପଞ୍ଚ ଆଶା ସାହୁ, ଓସିଏ ଯୁଗ୍ମ ସମ୍ପାଦକ ମେହେତାବ ଖାଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ ରଥ, ବହଳପଦର ସମିତି ସଭ୍ୟ ପୀତାମ୍ବର ସାହୁ, ବ୍ଲକ ବିଜେଡି ଯୁବ ସଭାପତି ନାରାୟଣ ଲୁହା, ସ୍ୱେଚ୍ଛାସେବିନୀ ଅମ୍ବିକା ମହାରଣା, ସଭାପତି ସୁଧିର ପଧାନ, ସମ୍ପାଦକ ଶଶାଙ୍କ ପଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ । ଛତିଶଗଡର ଶଶାଙ୍କ ଚନ୍ଦ୍ରକରଙ୍କୁ ମ୍ୟାନ ଅଫ ଦି ସିରିଜ, ଶ୍ରେଷ୍ଠ ବେଟସ୍‌ ମ୍ୟାନ, ଦେବରାଜ ସାହୁ ମ୍ୟାନ ଅଫ ଦି ମ୍ୟାଚ ଓ ଶ୍ରେଷ୍ଠ ବୋଲର, ଅହ୍ଲାବାଦ ଦଳକୁ ଶ୍ରେଷ୍ଠ ଶୃଙ୍ଖଳିତ ଦଳ, କ୍ରିଷ୍ଣା ସରୋଜଙ୍କୁ ପିପୁଲ ଚଏସ ଆୱାର୍ଡ ପ୍ରଦାନ କରାଯାଇଥିଲା । ଚାମ୍ପିୟନ ଛତିଶଗଡକୁ ନଗଦ ୫୦ହଜାର ଟଙ୍କା ସହିତ ଟ୍ରଫି ଓ ରନର୍ସ ଅଫ ଅହ୍ଲାବାଦ ଦଳକୁ ନଗଦ ୩୦ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇ ଥିଲା । ମ୍ୟାଚଟିକୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ଚୁଡାମଣୀ ପାଢୀ ଓ ଶ୍ୟାମ ସୁନ୍ଦର ପଣ୍ଡା ପରିଚାଳନା କରିଥିବା ବେଳେ ବାଙ୍କାବିହାରୀ ମହାକୁର ସ୍କୋରିଂ, ଚମାରୁ ମହାକୁର ଅନଲାଇନ ସ୍କୋରିଂ ଏବଂ ଆଲୋକ, ଆଶିସ,ଅଚ୍ୟୁତ ମିଶ୍ର, ତନୁଜ, ପ୍ରାଣବନ୍ଧୁ, ଶ୍ୟାମ ସୁନ୍ଦର ସେଠୀ ଓ ପୀତାମ୍ବର ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ । ଏ ଅବସରରେ ଏକ ସେଚ୍ଛାକୃତ ରକ୍ତ ଦାନ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା । ଯେଉଁଥିରେ କି ୪୧ ଜଣ ରକ୍ତଦାତା ରକ୍ତ ଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

6 + two =