୫୫ହଜାର ଟପିବ ସୁନା ମୂଲ୍ୟ

0 118

ନୂଆଦିଲ୍ଲୀ: ଏବେ ବିବାହ ଋତୁ ଚାଲିଛି । ସ୍ୱାଭାବିକ ଭାବେ ସୁନାଗହଣା ବେପାର ମଧ୍ୟ ବଢି ଚାଲିଛି । ତେବେ ଆଗକୁ ଅର୍ଥାତ୍‌ ୨୦୨୨ରେ ଲୋକଙ୍କ ଉପରେ ଏ ବାବଦ ବୋଝ ଆହୁରି ଅଧିକ ପଡିବ । ମିଳିଥିବା ସୂଚନା ଅନୁସାରେ ୨୦୨୨ରେ ସୁନାଗହଣା ରେଟ୍‌ ପ୍ରାୟ ୭ହଜାର ଅଧିକ ହେବ । ଅର୍ଥାତ୍‌ ୧୦ ଗ୍ରାମ ସୁନା ମୂଲ୍ୟ ୫୫ ହଜାରକୁ ଟପିଯିବ । କରୋନା ସଂକ୍ରମଣ କାଳରେ ଏଭଳି ଦରବୃଦ୍ଧି ମୁଖ୍ୟତଃ ମଧ୍ୟବିତ ଓ ତା’ଠାରୁ ସାମାନ୍ୟ ଉଦ୍ଧ୍ୱର୍ରେ ଥିବା ବର୍ଗର ଲୋକଙ୍କୁ ବିଶେଷ ଭାବରେ ପ୍ରଭାବିତ କରିବ । ଏବେ ୧୦ ଗ୍ରାମ ସୁନା ମୂଲ୍ୟ ପାଖାପାଖି ୪୮ହଜାର ଟଙ୍କା ରହିଛି । ୨୦୨୦ରେ ସୂୁନା ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଥିଲା । ସେତେବେଳେ ମୂଲ୍ୟ ଥିଲା ୫୬ହଜାର ୨୦୦ ଟଙ୍କା ।

hiranchal ad1
Leave A Reply

Your email address will not be published.

2 × two =