ସେଞ୍ଚୁରିଅନ ଟେଷ୍ଟ ଜିତି ଇତିହାସ ରଚିଲା ଭାରତ

0 148

ସେଞ୍ଚୁରିଅନ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌କୁ ଭାରତ ୧୧୩ ରନ୍‌ରେ ଜିତିଛି । ସେଞ୍ଚୁରିଅନର ସୁପରପୋର୍ଟ ପାର୍କ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚର ପଞ୍ଚମ ଦିନରେ ଦ୍ୱିତୀୟ ଇନିଂସରେ ଟିମ୍‌ ଇଣ୍ଡିଆ ୧୯୧ ରନରେ ଦକ୍ଷିଣ ଆଫ୍ରିକାକୁ ଅଲଆଉଟ କରିଛି । ବୁମରା-ଶାମି ଭାରତ ପାଇଁ ୩-୩ ୱିକେଟ୍‌ ନେଇଛନ୍ତି । ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଜାନ ଏଲଗାର ୭୭ ରନ୍‌ ସଂଗ୍ରହ କରିଥିଲେ । ଏହା ସହ ଭାରତ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ ରେ ଆଗୁଆ ରହିଛି । ସେଞ୍ଚୁରିଅନରେ ପ୍ରଥମ ଥର ପାଇଁ ଏକ ଟେଷ୍ଟ ମ୍ୟାଚ୍‌ ଜିତି ଭାରତ ଇତିହାସ ସୃଷ୍ଟି କରିଛି ।

hiranchal ad1
Leave A Reply

Your email address will not be published.

eighteen − seven =