ନୂତନ ଥାନାଧିକାରୀଙ୍କ ଯୋଗଦାନ

0 648

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସଦର ଥାନା ର ନୂତନ ଅଧିକାରୀ ଭାବେ ଶ୍ରୀ ନିରଞ୍ଜନ ଦାସ ଯୋଗ ଦେଇଛନ୍ତି । ମନ୍ଦିର, ମେଡିକାଲ, ରିଙ୍ଗରୋଡ଼ , ସାପ୍ତାହିକ ବଜାର ଓ ବିଭିନ୍ନ ସାହିବସ୍ତି ଅଂଚଳରେ ଘଟୁଥିବା ଚୋରି, ଲୁଟ ତରାଜ, ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ଓଟ୍ରାଫିକ ସମସ୍ୟା ସବୁକୁ ନିୟନ୍ତ୍ରଣ କରିବାକୁ ଦୃଢ଼ ସଂକଳ୍ପ ନେଇ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତି ହେଉଥିବା ଓ ସହରର ବିଭିନ୍ନ ଅଂଚଳକୁ ପରିଦର୍ଶନ କରି ବିଭିନ୍ନ ଦିଗ ଉପରେ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରୁଥିବା ବିଷୟ ଆଜି ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ଓ ଜ଼ିଲ୍ଲା ସ୍ତରୀୟ ଏକ ଉଚ୍ଚ଼ ସ୍ତରୀୟ ପ୍ରତିନିଧି ଦଳକୁ ସାକ୍ଷାତରେ ଶ୍ରୀ ଦାସ ଦୃଢ଼ତାର ସହ ପ୍ରକାଶ କରିଛନ୍ତି । ଶ୍ରୀ ଦାସ ଏହା ପୂର୍ବରୁ ସୁବର୍ଣ୍ଣପୁର ଜ଼ିଲ୍ଲାର ଡୁଙ୍ଗୁରିପାଲି, ତରଭା, ବିନିକା, ଥାନା ସମେତ ପୁରୀ ଜ଼ିଲ୍ଲା ପିପିଲି ଥାନା, ଖୋର୍ଦ୍ଧା ଜ଼ିଲ୍ଲାର ଅନେକ ଥାନାରେ ଖୁବ ସାହାସିକତା, ଦକ୍ଷତା ଓ ସଫଳତାର ସହିତ କାର୍ଯ୍ୟ କରି ନିଜକୁ ପ୍ରମାଣିତ କରିଥିବା ଜଣାଯାଇଛି । ଏହା ବ୍ୟତୀତ ସହରରେ ପୋଲିସ ପେଟ୍ରୋଲିଂକୁ କଡାକଡି କରି ଆମ ପୋଲିସ ବ୍ୟବସ୍ଥା କାର୍ଯ୍ୟକ୍ରମରେ କିଛି ପରିବର୍ତନ ଓ ସୁଧାର ଆଣିବାକୁ, ପବ୍ଲିକ ସହ ସୁ -ସମ୍ପର୍କ ସ୍ଥାପନ କରି ସାଧାରଣ ଜନତାକୁ ଉଚିତ ନ୍ୟାୟ ଦେବା, ଓ ବିଭାଗୀୟ କର୍ମଚାରୀଙ୍କ ଉତ୍ସାହ ବଢାଇବା ପାଈଁ ନୁଆଁ ରଣ ନୀତି ଆପଣେଇବା ପାଇଁ ମଧ୍ୟ ସେ ମିଡ଼ିଆ ଜରିଆରେ ସହର ବାସୀଙ୍କ ସହଯୋଗ ଲୋଡିଛନ୍ତି । ଶ୍ରୀ ଦାସ ପ୍ରଥମେ ଗତ କାଲି ସୁବର୍ଣ୍ଣପୁର ର ଇଷ୍ଟ ଦେବୀ ମା ସୁରେଶ୍ୱରୀଙ୍କୁ ଦର୍ଶନ କରି ସହରରେ ଶାନ୍ତି ପ୍ରତିଷ୍ଠା ପାଈଁ ଆଶୀର୍ବାଦ ମାଗିଛନ୍ତି । ଏସ- ପି ଶ୍ରୀ ସୀତାରାମ ଶତପଥୀଙ୍କୁ ସାକ୍ଷାତ କରି ସହରର ଆଇନଶୃଙ୍ଖଳା ଉପରେ ତାଙ୍କସହ କିଛି ବିଚାର ଆଲୋଚନା ସହିତ ଅନେକ ପରାମର୍ଶ ନେଇଛନ୍ତି ।

hiranchal ad1
Leave A Reply

Your email address will not be published.

ten − four =