ସ୍ୱତନ୍ତ୍ର ଶୀତ କାଳୀନ ସପ୍ତ ଦିବସୀୟ ଶିବିର ଉଦଯାପିତ

0 138

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଆଦର୍ଶ ସ୍ନାତକ ମହା ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ସପ୍ତ ଦିବସୀୟ ଶିବିର ଉଜ୍ଜାପିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁକାନ୍ତ ପଟ୍ଟନାୟକ ଯୋଗ ଦେଇ ସମାଜ ସେବାରେ ସ୍ୱେଚ୍ଛାସେବୀଙ୍କ ଭୂମିକା ବିଷୟରେ ଆଲୋଚନା କରି ଥିଲେ । ସମ୍ମାନିତ ଅତିଥି ଭାବରେ ଡେପୁଟି ଡାଇରେକ୍ଟର ଉଦ୍ୟାନ ବିଭାଗ ନବରଙ୍ଗପୁର ଯୋଗ ଦେଇ ସ୍ୱେଚ୍ଛାସେବୀ ଯେପରି ଆତ୍ମିର୍ଭରଶୀଳ ହୋଇପାରିବେ ସେଥିପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥଲେ । ବିଶେଷ ଅତିଥି ଭାବରେ ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ଶ୍ରୀ ହଳଧର ନିଆଲ ଯୋଗ ଦେଇ ସ୍ୱେଚ୍ଛାସେବୀ କିପରି ନିଜର ପଢା ସହ ସମାଜ ସେବା କରିବେ ସେହି ବିଷୟରେ ନିଜ ଜୀବନର ଅନୁଭୂତି ଆଲୋଚନା କରିଥିଲେ । ମହାବିଦ୍ୟାଳୟର ଇଂରାଜୀ ସହକାରୀ ପ୍ରଫେସର ଶ୍ରୀ ମନ୍ମଥକୁମାର ମାଝୀ ସଭାପତିତ୍ୱ କରିଥିବା ବେଳେ ପ୍ରୋଗ୍ରାମ ଅଫିସର ଶ୍ରୀ ରାଜୀବ ଜାଲ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପରେ ସ୍ୱେଚ୍ଛାସେବୀଙ୍କୁ ମାନପତ୍ର ବଣ୍ଟନ କରାଯାଇ ଥିଲା । କାର୍ଯ୍ୟକ୍ରମର ଶେଷ ଭାଗରେ ଅତିଥିଙ୍କ ହସ୍ତରେ ଏନଏସଏସ ବଗିଚାରେ ବୃକ୍ଷ ଚାରାରୋପଣ କରାଯାଇ ଥିଲା ।

hiranchal ad1
Leave A Reply

Your email address will not be published.

17 + ten =