ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠାରୁ ପୁରୀ ପୋଲିସ ଆଦାୟ କଲା ଫାଇନ

0 63

ପୁରୀ : ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟରେ ଖଜା ବିକ୍ରୀ କରି ନିଜର ଗୁଜୁରାଣ ମେଣ୍ଟାଉ ଥିବା ଦିବ୍ୟାଙ୍ଗ ହରିହର ସାହୁଙ୍କୁ ପୁରୀ ପୁଲିସ ଫାଇନ କରିଛି । ପୁରୀ ପୋଲିସ ପକ୍ଷରୁ ଯାଞ୍ଚ ଚାଲିଥିବା ବେଳେ ଦୁଇ ହାତ ନଥିବା ଏକ ଗରିବ ବ୍ୟବସାୟୀ ଠାରୁ ଫାଇନ ଆଦାୟ କଲା ପୋଲିସ । ତେବେ ଫାଇନ ନ କାଟିବାକୁ ଦିବ୍ୟାଙ୍ଗ ହରିହର କାକୁତିମିନତି ହୋଇ ଥିଲେ । ହେଲେ ପୋଲିସ ନ ଶୁଣି ନିରୀହ ହରିହରଙ୍କୁ ଦିନ ଯାକର ବ୍ୟବସାୟ ପୋଲିସ ନେଇ ୭ଶହ ଟଙ୍କା ଫାଇନ କାଟିଛି ଯାଇଛି । ଦିନକୁ ୭ ସହ ଟଙ୍କା ରୋଜଗାର ନ ଥିବା ବେଳେ ଏହି ଫାଇନ ଦେବା ଫଳରେ ସେ କେମିତି ଘର ପରିବାର ଚଳାଇବେ କୋହ ଭରା କଣ୍ଠ ରେ ଅଭିଯୋଗ କରିଛନ୍ତି । ଦିବ୍ୟାଙ୍ଗଙ୍କ ଜୀବନ ଯାପନରେ ସୁଧାର ପାଇଁ ସରକାର ମାଳମାଳ ଯୋଜନା କରିଥିବା ଭାଷଣ ବାଜି କରୁଥିବା ବେଳେ ପୁରୀ ପୋଲିସର ଏଭଳି ଅମାନବୀୟ ଆଚରଣ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ତୁରନ୍ତ ଦିବ୍ୟାଙ୍ଗ ହରିହରଙ୍କୁ ପ୍ରଶାସନ ସାହାଯ୍ୟ ଯୋଗାଇ ଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।

hiranchal ad1
Leave A Reply

Your email address will not be published.

one × 2 =