ୟୁଥସ୍ପୋର୍ଟିଂ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ: ମକୁନ୍ଦପୁର, ବୁରକଟା,ଚାରିଶମ୍ଭୁ ଓ ପଦ୍ମନପୁର ସେମିଫାଇନାଲରେ

0 116

ବୌଦ୍ଧ,୩୦/୧୨:ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନ ।ପଙ୍କ ମେଡିକାଲ ପଡ଼ିଆରେ ୟୁଥ ସ୍ପୋର୍ଟିଂ କ୍ରିକେଟ ଗ୍ରାମାଞ୍ଚଳ କ୍ରିକେଟ ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବୌଦ୍ଧ ବ୍ଳକ ଉପାଧ୍ୟକ୍ଷ ମନରଞ୍ଜନ ପୁରୋହିତ ଯୋଗଦେଇ ମ୍ୟାଚକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ପ୍ରକାଶ ବାରିକ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଉଦଘାଟନୀ ମ୍ୟାଚ ମକୁନ୍ଦପୁର ଓ ଖୁଂଟବନ୍ଧ ମଧ୍ୟରେ ହୋଇଥିଲା । ପ୍ରଥମେ ମକୁନ୍ଦପୁର ବ୍ୟାଟିଂ କରି ୧୦ ଓଭରରେ ୮ ୱିକେଟ ହରାଇ ୧୧୦ ରନ କରିଥିଲା । ଏହାର ଜବାବରେ ଖୁଂଟବନ୍ଧ ଦଳ ୧୦ ଓଭରରେ ୫ ୱିକେଟ ହରାଇ ୯୫ ରନ କରିବାରୁ ମକୁନ୍ଦପୁର ଦଳ ୧୫ ରନରେ ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚ ଜହ୍ନ ।ପଙ୍କ ଓ ବୁରକଟା ମଧ୍ୟରେ ହୋଇଥିଲା । ବୁରକଟା ପ୍ରଥମେ ବ୍ୟାଟିଂ କରି ୮ ଓଭରରେ ୬ ୱିକେଟରେ ୭୧ ରନ କରିଥିଲା । ଜବାବରେ ଜହ୍ନ ।ପଙ୍କ ଦଳ ୧୦ ଓଭରରେ ୭ ୱିକେଟ ହରାଇ ୫୧ ରନ କରିବାରୁ ବୁରକଟା୨୧ ରନରେ ବିଜୟୀ ହୋଇଥିଲା । ତୃତୀୟ ମ୍ୟାଚ କାଶଲପୁର ଓ ଚାରିଶମ୍ଭୁ ମଧ୍ୟରେ ହୋଇଥିଲା ।ପ୍ରଥମେ ଚାରିଶମ୍ଭୁ ବ୍ୟାଟିଂ କରି ୮ ଓଭରରେ ୬ ୱିକେଟ ହରାଇ ୭୧ ରନ କରିଥିଲା । ଜବାବରେ କାଶଲପୁର ୮ ଓଭରରେ ୪ ୱିକେଟ ହରାଇ ୫୯ ରନ କରିବାରୁ ଚାରିଶମ୍ଭୁ ୧୨ ରନରେ ବିଜୟୀ ହୋଇଥିଲା । ଚତୁର୍ଥ ମ୍ୟାଚ ତେଲିବନ୍ଧ ଓ ପଦ୍ମନପୁର ମଧ୍ୟରେ ହୋଇଥିଲା । ପ୍ରଥମେ ତେଲିବନ୍ଧ ବ୍ୟାଟିଂକରି ୬ ଓଭରରେ ୪ ୱିକେଟ ହରାଇ ରନ ୫୯ କରିଥିଲେ । ଜବାବରେ ପଦ୍ମନପୁର ଦଳ ୫.୪ ଓଭରରେ ୩ ୱିକେଟ ହରାଇ ୬୩ ରନ କରି ବିଜୟୀ ହୋଇଥିଲା । ଶୁକ୍ରବାର ପ୍ରଥମ ସେମିଫାଇନାଲ ମକୁନ୍ଦପୁର ଓ ବୁରକଟା ମଧ୍ୟରେ ଏବଂ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ପଦ୍ମନପୁର ଓ ଚାରିଶମ୍ଭୁ ମଧ୍ୟରେ ଅନୁଷ୍ଠିତ ହେବ । ଖେଳକୁ ବିଶ୍ୱଜିତ ପ୍ରଧାନ ଓ ଈଶ୍ୱର ପ୍ରଧାନ ପରିଚାଳନା କରିଥିବାବେଳେ ଅବନୀ ବାରିକ ଓ ଅଜୟ ପ୍ରଧାନ ସ୍କୋରର ଦାୟିତ୍ୱ ତୁଲାଇଥିଲେ । ଗାର୍ଗବ ପ୍ରଧାନ ଓ ଶାନ୍ତନୁ ଜେନା ଧାରାବିବରଣୀ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

1 + seventeen =