ବ୍ରଜରାଜନଗରର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ

0 287

ଭୁବନେଶ୍ୱର: ବ୍ରଜରାଜନଗରର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ହୋଇଛି। ହୃଦଘାତରେ ଆକ୍ରାନ୍ତ ହୋଇ ସେ ଝାରସୁଗୁଡ଼ାରେ ଏକ ଘରୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି। ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ କିଶୋର ମହାନ୍ତି ଝାରସୁଗୁଡ଼ା ଜିଲ୍ଲା ବିଜେଡି ପାର୍ଟି ଅଫିସ୍‌ରେ ଥିଲେ। ଜଣେ ବନ୍ଧୁଙ୍କ ବିୟୋଗରେ ହୋଇଥିବା ଶୋକ ସଭାରେ ସେ ଯୋଗଦେଇଥିଲେ। ଶୋକସଭାରେ ବସିଥିବା ବେଳେ ଅସୁସ୍ଥତା ଅନୁଭବ କରିଥିଲେ କିଶୋର। ତେଣୁ ସେ ସଙ୍ଗେ ସଙ୍ଗେ ନିଜ ବାସଭବନକୁ ଚାଲି ଯାଇଥିଲେ। ଘରେ ପହଞ୍ଚିବା ପରେ ଛାତି ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି।

hiranchal ad1
Leave A Reply

Your email address will not be published.

19 + four =