ଦୁରାରୋଗ୍ୟରେ ପୀଡିତ ମୁନୁ ନାୟକ ଚିକିତ୍ସା ପାଇଁ ଅର୍ଥର ଅଭାବ, ସହାୟତା ପାଇଁ ନିବେଦନ

0 62

ଘୁ.ଉଦୟଗିରି,୩୦/୧୨- ଜଣେ ଦରଦୀ ମଣିଷ । ଗରିବ ହେଲେ ମଧ୍ୟ ସ୍ୱାଭିମାନ ଅଛି । ନିଃସନ୍ତାନ ମୁନୁ ନାୟକ । ଘର ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମାଲିକାପୋଡି ପଞ୍ଚାୟତ ର କୁମ୍ଭାରକୁପା ଗ୍ରାମର ବ୍ରଡିନାଜୁରେ । ପେଶାରେ ସେ ଜଣେ ଦିନମଜୁରିଆ । କିଛିଦିନ ତଳେ ଗୋଟେ କନ୍ୟା ସନ୍ତାନକୁ ପୋଷ୍ୟ ସନ୍ତାନଭାବେ ଗ୍ରହଣ କରି ତାର ଲାଳନପାଳନ କରି ନିଜର ସଂସାର ହସଖୁସିରେ ଚାଲିଥିଲା । ନିଜ ସ୍ତ୍ରୀ, ପୋଷ୍ୟ କନ୍ୟା ଏବଂ ସେ ତିନିଜଣ ବେଶ ଆରାମରେ ଥିଲେ । ସେ ଜଣେ ଦିନ ମଜୁରିଆ ତଥାପି ହୃଦୟ ବଡ଼ । ନିଜ ପୋଷ୍ୟ କନ୍ୟାକୁ କେଉଁଥିରେ ଉଣା କରିନାହାନ୍ତି । ପୋଷ୍ୟକନ୍ୟାକୁ ଅଙ୍ଗନୱାଡିକୁ ଛାଡୁଛନ୍ତି । ଦିନତମାମ ନିଜ କର୍ମକରି ଘରକୁ ଫେରି ନିଜ ପୋଷ୍ୟ କନ୍ୟା ସହ ସମୟ ଅତିବାହିତ କରନ୍ତି । ହେଲେ ମୁନୁଙ୍କ ହସଖୁସିର ସଂସାରରେ କାହାର ଯେମିତି ନଜର ଲାଗିଗଲା । ମୁନୁ ଏଭଳି ଏକ ରୋଗରେ ଆକ୍ରାନ୍ତହେଲେ ଯେ ତାଙ୍କ ଗୋଡ଼ରେ ଏକ ଫୋଟକା ବାହାରି ଘା ହୋଇ ବଢିବାରେ ଲାଗିଲା । ଧୀରେ ଧୀରେ ଗୋଡ଼ ଅକାମି ହୋଇଗଲା । ସେ ଆଉ କାମ କରିପାରିଲେନି । ଘର ଚଳେଇବା କଷ୍ଟ ହେବାରେ ଲାଗିଲା । ଦୁଇ ମୁଠା ଖାଇବା ତାଙ୍କ ପାଇଁ କଷ୍ଟ ହୋଇଗଲା । ଗତ ଏକ ବର୍ଷ ହେଲା ତାଙ୍କ ଏହି ରୋଗ ସାଙ୍ଗକୁ ମଧୁମେହ ରୋଗ ତାଙ୍କୁ ଆହୁରି କଲବଲ କରି ଚାଲିଲା । ନିଜ ଚିକିତ୍ସା କରିବେ ନା ନିଜ ପରିବାର ଚଳେଇବେ । ଚିକିତ୍ସା ପାଇଁ ଫୁଲବାଣୀ ଯାଇ ନିରାଶ ହୋଇ ଫେରିଲେ । ମୁନୁ ପରିବାରରେ ଜଣେ ମାତ୍ର ରୋଜଗାରକ୍ଷମ । ତାଙ୍କ ବିନା ସଂସାର ଅଧୁରା । ତାଙ୍କ ଗୋଡ ଅବସ୍ଥା ଏଭଳି ହେବାପରେ ସେ ସମ୍ପୂର୍ଣ୍ଣ ଅକାମି । ମୁନୁଙ୍କ ଏହିଭଳି ଅବସ୍ଥାଦେଖି ସ୍ଥାନୀୟ ସହରର ଜଣେ ଯୁବ ସମାଜସେବୀ ନିତ୍ୟସୁନ୍ଦର ଦାସ ମୁନୁଙ୍କ ନିକଟରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ବୁଝିବା ସହ ତାଙ୍କପ୍ରତି ସମବେଦନା ଜଣେଇବା ସହ କିଛି ସାହାଯ୍ୟ ଏବଂ ସହଯୋଗର ହାତ ବଢ଼େଇଥିଲେ । ଏହାପରେ ମୁନୁଙ୍କୁ ଆର୍ଥିକ ସହଯୋଗର ହାତ ବଢ଼େଇବା ନିମନ୍ତେ ନିବେଦନ କରିଛନ୍ତି । ଜିଲ୍ଲା ପ୍ରଶାସନ ମୁନୁ ନାୟକଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହ ତାଙ୍କ ପରିବାର କିଭଳି ଚଳିବେ ତାର ବ୍ୟବସ୍ଥା କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

12 − 7 =