ନେହେରୁ ଯୁବ କେନ୍ଦ୍ର ତରଫରୁ ଜିଲ୍ଲାସ୍ତରୀୟ ନୃତ୍ୟ, ଗୀତ ଓ ଅଭିନୟ ପ୍ରତିଯୋଗୀତା

0 43

ପାରଳାଖେମୁଣ୍ଡି : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ନୃତ୍ୟ ଗୀତ ଓ ଅଭିନୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ମୋଟ ୭ଗୋଟି ବ୍ଲକ ଏବଂ ପାରଳାଖେମୁଣ୍ଡି ପୌରାଞ୍ଚଳର ପ୍ରାୟ ୧୨୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏଥିରେ ସ୍ୱତନ୍ତ୍ର ଭାବେ ଭିନ୍ନକ୍ଷମଙ୍କ ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ମଧ୍ୟ ପ୍ରତିଯୋଗୀତାରେ ଭାଗନେବା ପାଇଁ ଆମନ୍ତ୍ରଣ କରାଯାଇଥିଲା । ଏହି ପ୍ରତିଯୋଗୀତା ପାରଳାଖେମୁଣ୍ଡି ସହରର ଉତ୍କଳ ହିତୈଷିଣୀ ସଭା ଗୃହରେ ଆଜି ବୁଧବାର ଦିନ ହୋଇଥିବା ବେଳେ ପ୍ରତିଯୋଗୀତାରେ ମୁଖ୍ୟତଃ ଗ୍ରୁପ ଡ୍ୟାନ୍ସ, ସୋଲ ଡ୍ୟାନ୍ସ, ସୋଲ ସଙ୍ଗ, ଏକକ ଅଭିନୟ ଆଦି ଇଭେଣ୍ଟ ରହିଥିଲା । ବିଚାରକ ଭାବେ ଗଣେଶ କୁମାର ମହାରଣା ଓ କୌଳାସ ଚନ୍ଦ୍ର ପଟ୍ଟନାୟକ ଯୋଗ ଦେଇଥିଲେ । ପ୍ରତିଯୋଗୀତା ସମାପନ ପରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ହୋଇଥିଲା । ସୋଲ ସଙ୍ଗରେ ରାୟଗଡର ଦେବରାଜ ମାଳୀ ପ୍ରଥମ, ଜୀବା ଗ୍ରାମର ମନାଲିଶା ଶବର ଦ୍ୱିତୀୟ ଓ ପାରଳାଖେମୁଣ୍ଡି ସହରର ସୁମି ଜେନା ତୃତୀୟ ସ୍ଥାନ ହାସଲ କରିଥିଲେ ।

hiring

ସେହିପରି ଭିନ୍ନକ୍ଷମଙ୍କ ଲାଗି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମଦନା ପାଶୁପୁରେଡ୍ଡି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଦ୍ୱିତୀୟରେ ପାରଳାଖେମୁଣ୍ଡି ସହରର ଏକାମ୍ବର ପ୍ରଧାନ ଏବଂ ତୃତୀୟରେ ଡି.ମନ୍ମମଧରାଓ କୃତୀତ୍ୱ ହାସଲ କରିଛନ୍ତି । ୱାନ ଆକ୍ଟ ପ୍ଲେରେ ପାରଳାଖେମୁଣ୍ଡି ସହରର କ୍ରିଏଟିଭ୍‌ ଆର୍ଟସ ‘କ୍ୟାଚ ଦା ରେନ୍‌’ ବିଷୟବସ୍ତୁ ଉପରେ ଅଭିନୟ କରି ୱିନର ହୋଇଥିବା ବେଳେ ଗୁମ୍ମା ବ୍ଲକର ପ୍ରମିଳା ଗ୍ରୁପ ରନର୍‌ ଭାବେ ପୁରସ୍କୃତ ହୋଇଛନ୍ତି । ମଲ୍ଟି ଟ୍ୟାଲାଣ୍ଟରେ ରାୟଗଡର ଦେବରାଜ ଓ ଭିନ୍ନକ୍ଷମ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କାଶୀନଗରର କେ.ଶିବାଜୀ ପୁରସ୍କୃତ ହୋଇଥିବାର ଜଣାପଡିଛି । ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ରରର ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ର, ବିଚାରକ କୌଳାସ ଚନ୍ଦ୍ର ପଟ୍ଟନାୟକ, ଗଣେଶ କୁମାର ମହାରଣା ପ୍ରମୁଖ ଯୋଗଦେଇ ମାନପତ୍ର ସହ ଫଳକ ପ୍ରଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ମହାପାତ୍ର ପରିଚାଳନା କରିଥିବା ବେଳେ ଆକାଉଣ୍ଟାଣ୍ଟ ଉମେଶ ପ୍ରସାଦ, ପ୍ରଶିକ୍ଷିକା ମୋହିନୀ ପ୍ରଧାନ ଏବଂ ଯୁବକେନ୍ଦ୍ରରର ସମସ୍ତ ସ୍ୱେଚ୍ଛାସେବୀ ମାନେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

4 × 3 =