ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାଥମିକ ଶିକ୍ଷା ବର୍ଗ ଉଦଯାପିତ

0 69

ବୌଦ୍ଧ,୩୦/୧୨- ବୌଦ୍ଧବ୍ଲକ ମନମୁଣ୍ଡା ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଗତ ୨୨ତାରିଖରୁ ଆରମ୍ଭ ହୋଇଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାଥମିକ ଶିକ୍ଷା ବର୍ଗ ଆଜି ଉଦଯାପିତ ହୋଇଯାଇଛି । ଓଡ଼ିଶା ପଶ୍ଚିମ ସହ ପ୍ରାନ୍ତ ପ୍ରଚାରକ ଶଙ୍କର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କ ଜିଜ୍ଞାସା ସମାଧାନ କରିବାସହ ନିଜକୁ ଶ୍ରେଷ୍ଠ କରି ଗଢ଼ି ତୋଳି ଦେଶ ମାତୃକାର ସେବା ପାଇଁ ନିଜକୁ ସମର୍ପିତ କରିବାକୁ ଆହ୍ୱାନ ଦେଇଥିଲେ । ବିଭିନ୍ନ ସମୟରେ ବକ୍ତାମାନେ ଯୋଗଦେଇ ପୂଣ୍ୟଭୂମି ଭାରତ, ନିତ୍ୟ ଶାଖା, ପର୍ଯ୍ୟ ।ବରଣ ସୁରକ୍ଷା, ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଯୋଗଦାନ ଇତ୍ୟାଦି ବିଷୟରେ ଆଲୋଚନା କରି ବ୍ୟକ୍ତି ନିର୍ମାଣର ଶ୍ରେଷ୍ଠ ମାଧ୍ୟମ ଏହି ପ୍ରଶିକ୍ଷଣ ଶିବିର ବୋଲି ମତବ୍ୟକ୍ତ କରିଥିଲେ । ବର୍ଗାଧିକାରି ଭାବେ ଜିଲ୍ଲା ସଂଘଚାଳକ ସୂର୍ଯ୍ୟକାନ୍ତ ଦଳବେହେରା ଯୋଗଦେଇଥିବାବେଳେ ଶିକ୍ଷକ ଭାବରେ ଇନ୍ଦୁଭୂଷଣ ମହାକୁଡ, ସଞ୍ଜୟ କୁମାର ତନ୍ତୀ, ବିଜୟ କୁମାର ସାହୁ, ଉମାକାନ୍ତ ବାହୁକ, ଜୟଦେବ ରଣା, ଅନନ୍ତ ବାଘ ଯୋଗଦେଇ ଶାରୀରିକ ଓ ବୌଦ୍ଧିକ ବିକାଶ ପାଇଁ ସୂର୍ଯ୍ୟ ନମସ୍କାର, ଆସନ, ନିୟୁଦ୍ଧ,ଦଣ୍ଡ,ସଞ୍ଚଳନ ଇତ୍ୟାଦି ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରି ଥିଲେ । ବର୍ଗର ବ୍ୟବସ୍ଥା ଦୃଷ୍ଟିରୁ ବିକାଶ ସାହୁ, ଦେବବ୍ରତ ପାଣିଗ୍ରାହୀ, ଅଶୋକ ରଣବିଡ ।,ଶଶୀ ଭୂଷଣ ବଗର୍ତ୍ତି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

20 + eleven =