ନଭେମ୍ବର ୨୫ରୁ ଭୁବନେଶ୍ୱରରେ ଜୁନିୟର ପୁରୁଷ ହକି ବିଶ୍ୱକପ୍ !

0 42

ଭୁବନେଶ୍ୱର: ହକିର ଏନ୍ତୁଡ଼ିଶାଳ ଭାବେ ପରିଚିତ ଓଡ଼ିଶାକୁ ଆଉ ଏକ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ସୁଯୋଗ ମିଳିଛି । ଭୁବନେଶ୍ୱରରେ ଦ୍ୱାଦଶ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଅନୁଷ୍ଠିତ ହେବ । ୨୦୧୮ ପୁରୁଷ ହକି ବିଶ୍ୱକପ ପରେ ଏହା ହକିପ୍ରେମୀଙ୍କ ପାଇଁ କ୍ରୀଡ଼ା ଉପଭୋଗର ଆଉ ଏକ ସୁଯୋଗ ଆଣିଦେଇଛି । ଏହି ପ୍ରତିଯୋଗିତା ଆସନ୍ତା ନଭେମ୍ବର ୨୫ରୁ ଡିସମ୍ବେର ୫ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି । ତେବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଘୋଷଣା ଆରମ୍ଭ ହୋଇନଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଭାରତକୁ ଜୁନିୟର ହକି ବିଶ୍ୱକମ ଆୟୋଜନ ଅଧିକାର ମିଳିବା ପରେ ତାହା ଆସାମର ଗୌହାଟିରେ ହେବାର ଥିଲା । ମାତ୍ର ଆସାମ ସରକାର ଉକ୍ତ ପ୍ରତିଯୋଗିତାରୁ ଓହରି ଯିବାରୁ ବିକଳ୍ପ ଭେନ୍ୟୁ ଭାବେ ଭୁବନେଶ୍ୱର ଓ ଲକ୍ଷ୍ନୌକୁ ଦିଆଯାଇଥିଲା । ତେବେ ମ୍ୟାଚ ଦେଖିବାକୁ ୪୦ରୁ ୫୦ ପ୍ରତିଶତ ଦର୍ଶକଙ୍କୁ ସୁଯୋଗ ଦିଆଯିବା ସହ କୋଭିଡ୍ ନିୟମକୁ କଡ଼ାକଡ଼ି କରାଯିବ ବୋଲି କୁହାଯାଇଛି । ଜୁନିୟର ପୁରୁଷ ହକି ବିଶ୍ୱକପ ପାଇଁ ବାଙ୍ଗାଲୋର ସାଇ ସେଣ୍ଟରରେ ଚାଲିଥିବା ଭାରତୀୟ ଦଳର ଶିବିରରେ ଓଡ଼ିଶାରୁ ୭ ଜଣ ଖେଳାଳି ସ୍ଥାନ ପାଇଛନ୍ତି । ଆଗକୁ ୨୦୨୩ରେ ପୁରୁଷ ହକି ବିଶ୍ୱକପ ଭୁବନେଶ୍ୱର ଓ ରାଉରକେଲାରେ ମଧ୍ୟ ଖେଳାଯିବା ନେଇ ପୂର୍ବରୁ ସ୍ଥିରୀକୃତ ହୋଇଯାଇଛି ।

hiranchal ad1
Leave A Reply

Your email address will not be published.

one + fourteen =