ବେଆଇନ ବନ୍ଧୁକ ନିର୍ମାଣ ଅଭିଯୋଗରେ ଦମ୍ପତି ଗିରଫ

0 218

ସମ୍ବଲପୁର : ସୁଦୂର ବାସୁପାଲି ଗାଁରେ ବେଆଇନ ଭାବେ ଘରେ ଲୁଚାଇ ଦେଶୀ ବନ୍ଧୁକ ତିଆରି କରିବା ଅଭିଯୋଗରେ ଯୁଯୁମୁରା ପୁଲିସ ଏକ ଦମ୍ପତିଙ୍କୁ ଗିରଫ କରି ସେମାନଙ୍କ ଠାରୁ ଏଥିପାଇଁ ବ୍ୟବହୃତ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ଏହି ସନ୍ଦର୍ଭ ରେ ଯୁଯୁମୁରା ଥାନାରେ ଆଜି କେସ ନଂ: ୧୨୮ ରୁଜୁ କରି ଭାରତୀୟ ଦଣ୍ଡ ବିଧାନର ଧାରା ୨୫(୧ଏଏ) ଅନ୍ତର୍ଗତ ଅପରାଧ କାଏମ କରି ତାରିଣୀ ପ୍ରଧାନ, ତାଙ୍କ ସ୍ତ୍ରୀ ଓ ଅନ୍ୟ ସହଯୋଗୀମାନଙ୍କ ବିରୁଦ୍ଧରେ ମାମଲା ପଞ୍ଜୀକୃତ କରାଯାଇଛି । ଏ ବିଷୟରେ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ଜିଲ୍ଲା ପୁଲିସ ଅଧିକ୍ଷକ ବାତୁଲା ଗଙ୍ଗାଧର କହିଲେ, ଏହା ସମାଜ ବିରୁଦ୍ଧରେ ଏକ ଭୟଙ୍କର ପଦକ୍ଷେପ, ଯାହାର ସୁଦୂର ପରିଣାମ ଆଶଙ୍କା କରାଯାଏ । ଏହାଦ୍ୱାରା ଅସାମାଜିକ ତତ୍ତ୍ୱ ଓ ଅପରାଧୀମାନଙ୍କୁ ସମାଜ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବଳ ମିଳିବ । ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଦୁଇ ଜଣଙ୍କୁ ଗିରଫ ହୋଇଥିବା ବେଳେ ଆହୁରି ଗରିଫ ହୋଇପାରନ୍ତି ବୋଲି କୁହାଯାଉଛି ।

hiranchal ad1
Leave A Reply

Your email address will not be published.

4 + 4 =