୧୯ ଲକ୍ଷରେ ନିଲାମ ହେଲା ଲଡୁ

0 90

ହାଇଦ୍ରାବାଦ : ହାଇଦ୍ରାବାଦରେ ଗଣେଶ ପୂଜା ଉତ୍ସବକୁ ବେଶ୍‌ ଧୁମଧାମରେ ପାଳନ କରାଯାଇଥାଏ । ଏହି କ୍ରମରେ ଭଗବାନ ଗଣେଶଙ୍କ ଏକ ପୂଜା ମଣ୍ଡପରେ ଥିବା ଏକ ଲଡୁକୁ ୧୮.୯୦ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି । ସୂଚନା ଅନୁଯାୟୀ ହାଇଦ୍ରାବାଦର ବାଲାପୁର ପୂଜା ମଣ୍ଡପର ଏହି ଲଡୁ ଥିଲା । ଏହି ଲଡୁର ଓଜନ ପ୍ରାୟ ୨୧ କିଲୋଗ୍ରାମ । ପ୍ରତିବର୍ଷ ଏହି ପୂଜା ମଣ୍ଡପର ଲଡୁକୁ ନିଲାମ କରାଯାଇଥାଏ । ହେଲେ ଚଳିତ ବର୍ଷ ନିଲାମରେ ଏହି ବାଲାପୁର ଲଡୁ ରେକର୍ଡ କରିଛି ।
ଗତ ରବିବାର ଏହି ନିଲାମ ପ୍ରକ୍ରିୟା ହୋଇଥିଲା, ଯେଉଁଥିରେ ୧୯ ଜଣ ଭାଗନେଇଥିଲେ ଏବଂ ମାତ୍ର ୧,୧୧୬ ଟଙ୍କାରୁ ନିଲାମୀ ଡ଼କା ଆରମ୍ଭ ହୋଇଥିଲା । ଶେଷରେ ଶ୍ରୀଗଣେଶଙ୍କ ଏହି ସ୍ୱତନ୍ତ୍ର ଲଡୁ ପ୍ରାୟ ୧୯ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା । ବାଲାପୁର ଲଡୁର ନିଲାମୀ ପ୍ରତି ବର୍ଷ ଭଗବାନ ଗଣେଶଙ୍କ ମୂର୍ତ୍ତି ବିସର୍ଜନର ଅନ୍ତିମ ଦିନରେ ଆୟୋଜିତ ହୋଇଥାଏ । ଆନ୍ଧ୍ରପ୍ରଦେଶର କଡªାର ୱାଇଏସଆର କଂଗ୍ରେସ ଏମ୍‌ଏଲ୍‌ସି ଆରୱି ରମେଶ ଯାଦବ ଏବଂ ତାଙ୍କ ସାଥୀ ଶଶାଙ୍କ ରେzି ଏହି ଲଡୁକୁ ନିଲାମୀରୁ ପାଇଛନ୍ତି । ଗତବର୍ଷ କରୋନା ମହାମାରୀ କାରଣରୁ ନିଲାମୀ ରଦ୍ଦ କରାଯାଇଥିଲା ଏବଂ ବାଲାପୁର ଗଣେଶ ଲଡୁକୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାୱଙ୍କୁ ପ୍ରଦାନ କରାଯାଇଥିଲା । ତା ପୂର୍ବ ବର୍ଷ ୨୦୧୯ରେ ଏହି ଲଡୁ ୧୭ ଲକ୍ଷରେ ନିଲାମ କରାଯାଇଥିଲା । ହେଲେ ପ୍ରତିବର୍ଷ ଏହା ସର୍ବକାଳୀନ ରେକର୍ଡ କରିଛି । ୧୯୯୪ ମସିହାରୁ ବାଲାପୁର ଲଡୁକୁ ନିଲାମୀ କରାଯାଉଛି । ପ୍ରଥମ ଲଡୁକୁ ଜଣେ ଭକ୍ତ ୪୫୦ ଟଙ୍କାରେ କିଣିଥିଲେ ଏବଂ ସେବେଠାରୁ ଏହି ପରମ୍ପରା ଜାରି ରହିଛି ।

hiranchal ad1
Leave A Reply

Your email address will not be published.

18 − 12 =