ଆରମ୍ଭ ହୋଇଗଲାଣି ପିତୃପକ୍ଷ ଶ୍ରାଦ୍ଧ; ଜାଣନ୍ତୁ କେଉଁ ତାରିଖରେ ପଡ଼େ କେଉଁ ଶ୍ରାଦ୍ଧ

0 111

ଆରମ୍ଭ ହୋଇଗଲାଣି ପିତୃପକ୍ଷ ଶ୍ରାଦ୍ଧ ବା ମହାଳୟ । ଭାଦ୍ରବ ମାସର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ଅଶ୍ୱିନ ମାସର କୃଷ୍ଣପକ୍ଷର ଅମାବାସ୍ୟା ତିଥି ପର୍ଯ୍ୟନ୍ତ ପିତୃପକ୍ଷ ଶ୍ରାଦ୍ଧ ଚାଲେ । ଅଶ୍ୱିନ ମାସର କୃଷ୍ଣପକ୍ଷକୁ ହିଁ ପିତୃପକ୍ଷ କୁହାଯାଏ । ହିନ୍ଦୁ ଧର୍ମ ଅନୁସାରେ ଏହାର ଗୁରୁତ୍ୱ ଅଧିକ ରହିଛି । ମାନ୍ୟତ ଅନୁସାରେ ଏହି ପକ୍ଷରେ ପୂର୍ବଜ ବା ପୂର୍ବପୁରୁଷ ପୃଥିବୀରେ ସୂକ୍ଷ୍ମ ରୂପେ ଚଳନ କରିଥାନ୍ତି । ସେମାନଙ୍କୁ ସମ୍ମାନ ଜଣାଇବା ଏବଂ ଶାନ୍ତି କରିବା ଉପଲକ୍ଷେ ତର୍ପଣ ଦିଆଯାଇଥାଏ । ସେହି ପର୍ତଣକୁ ସେମାନେ ସ୍ୱୀକାର କଲେ ତାଙ୍କ ଅତ୍ମାକୁ ଶାନ୍ତି ମିଳିଥାଏ ଏବଂ ଆମକୁ ସୁଖ ଓ ସମୃଦ୍ଧି ପ୍ରାପ୍ତ ହୁଏ । ଆସନ୍ତୁ ଜାଣିବା କେଉଁ ତାରିଖରେ କେଉଁ ଶ୍ରାଦ୍ଧ ପଡ଼ିଥାଏ ।
ପ୍ରଥମ ଶ୍ରାଦ୍ଧ ବା ପୂର୍ଣ୍ଣିମା ଶ୍ରାଦ୍ଧ – ୨୦ ସେପ୍‌ଟେମ୍ବର ୨୦୨୧
ପ୍ରତୀପଦା ଶ୍ରାଦ୍ଧ – ୨୧ ସେପ୍‌ଟେମ୍ବର ୨୦୨୧
ଦ୍ୱିତୀୟା ଶ୍ରାଦ୍ଧ – ୨୨ ସେପ୍‌ଟେମ୍ବର ୨୦୨୧
ତୃତୀୟା ଶ୍ରାଦ୍ଧ – ୨୩ ସେପ୍‌ଟେମ୍ବର ୨୦୨୧
ଚତୁର୍ଥୀ ଶ୍ରାଦ୍ଧ – ୨୪ ସେପ୍‌ଟେମ୍ବର ୨୦୨୧
ପଞ୍ଚାମୀ ଶ୍ରାଦ୍ଧ – ୨୫ ସେପ୍‌ଟେମ୍ବର ୨୦୨୧
ଷଷ୍ଠି ଶ୍ରାଦ୍ଧ – ୨୭ ସେପ୍‌ଟେମ୍ବର ୨୦୨୧
ସପ୍ତମୀ ଶ୍ରାଦ୍ଧ – ୨୮ ସେପ୍‌ଟେମ୍ବର ୨୦୨୧
ଅଷ୍ଟମୀ ଶ୍ରାଦ୍ଧ – ୨୯ ସେପ୍‌ଟେମ୍ବର ୨୦୨୧
ନବମୀ ଶ୍ରାଦ୍ଧ – ୩୦ ସେପ୍‌ଟେମ୍ବର ୨୦୨୧
ଦଶମୀ ଶ୍ରାଦ୍ଧ – ୧ ଅକ୍‌ଟୋବର ୨୦୨୧
ଏକାଦଶୀ ଶ୍ରାଦ୍ଧ – ୨ ଅକ୍‌ଟୋବର ୨୦୨୧
ଦ୍ୱାଦଶ ଶ୍ରାଦ୍ଧ – ୩ ଅକ୍‌ଟୋବର ୨୦୨୧
ତ୍ରୟୋଦଶୀ ଶ୍ରାଦ୍ଧ – ୪ ଅକ୍‌ଟୋବର ୨୦୨୧
ଚତୁର୍ଦଶୀ ଶ୍ରାଦ୍ଧ – ୫ ଅକ୍‌ଟୋବର ୨୦୨୧
ଅମାବାସ୍ୟା ଶ୍ରାଦ୍ଧ – ୬ ଅକ୍‌ଟୋବର ୨୦୨୧

hiranchal ad1
Leave A Reply

Your email address will not be published.

1 × two =